fbpx

କ୍ରିକେଟର କ୍ରିସ୍‌ କେର୍ନ୍ସଙ୍କୁ କ୍ୟାନସର, ଇନଷ୍ଟାଗ୍ରାମରେ ଦେଲେ ସୂଚନା

ଅକଲାଣ୍ଡ: ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିକେଟର କ୍ରିସ୍‌ କେର୍ନସ ଭୟାନକ କ୍ୟାନସର ରୋଗରେ ପୀଡିତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଅଳ୍ପ ଦିନ ତଳେ ସେ ହାର୍ଟ ଆଟାକ ଓ ପାରାପଲେଗିଆ ସମସ୍ୟାରେ ପଡିବା ଫଳରେ କାନବେରା ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ଡାଏଗୋନିସ କରାଯିବା ପରେ ସେ ବୋୱେଲ କ୍ୟାନସରରେ ପୀଡିତ ହୋଇଥିବା ସୂଚନା ମିଳିଛି । ସେ ନିଜେ ଶନିବାର ଦିନ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ କ୍ରିକେଟରୁ ଅବସର ନେବା ପରେ କେର୍ନସଙ୍କ ପାଇଁ ଅନେକ ସମସ୍ୟା ଆସିଛି । ତେବେ ବର୍ତ୍ତମାନ ତାଙ୍କର କ୍ୟାନସର ସମସ୍ୟା ପ୍ରଥମ ଷ୍ଟେଜରେ ଅଛି । ତେଣୁ ଏଥିରୁ କି ରି ଆରୋଗ୍ୟ ଲାଭ କରିବେ ସେଥି ।ଇଁ ନିୟମିତ ଚିକିତ୍ସା ଜାରି ରଖିଛନ୍ତି ବୋଲି କହିଛନ୍ତି । ପୁଣି ସୂଚାଇ ଦିଆଯାଇପାରେ ଯେ କେର୍ନସ ନ୍ୟୁଜିଲାଣ୍ଡ ପାଇଁ ୬୨ ଟେଷ୍ଟ ଖେଳି ୩,୩୨୦ ରନ ଓ ୨୧୮ ୱିକେଟ ଏବଂ ୨୧୫ ଦିନିକିଆରେ ୪,୯୫୦ ରନ ସହିତ ୨୦୧ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.