fbpx

ଆଜି ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବେ ରାହୁଲ ଗାନ୍ଧୀ, ଟୁଇଟ୍ କରି ସଙ୍କେତ ଦେଲେ ସିଦ୍ଧୁ

ଲୁଧିଆନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବେ। ଏହା ପୂର୍ବରୁ ଲତା ମଙ୍ଗେସକରଙ୍କ ପରଲୋକକୁ ନେଇ କଂଗ୍ରେସ ନୂତନ ଆଦେଶ ଜାରି କରିଛି। ଆଦେଶ ଅନୁଯାୟୀ, ଲୁଧିଆନାରେ ଭର୍ଚୁଆଲ ରାଲିରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ପରେ ଦଳର କୌଣସି ବି କାର୍ଯ୍ୟକର୍ତ୍ତା ଏବଂ ନେତା ଉତ୍ସବ ପାଳିବେ ନାହିଁ। ଏଥିସହ ଭର୍ଚୁଆଲ ରାଲିରେ ଲତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ।

ରାହୁଲ ଗାନ୍ଧୀ ଆଜି ଲୁଧିଆନାରେ ଭର୍ଚୁଆଲ ରାଲି କରିବେ। ଏହି ସମୟରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ଚେହେରାର ଘୋଷଣା ମଧ୍ୟ କରାଯିବ। ସେପଟେ ରାହୁଲ ଗାନ୍ଧୀଙ୍କ ରାଲି ଏବଂ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ପୂର୍ବରୁ ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁ ଟ୍ଵିଟ୍ କରି ରାହୁଲ ଗାନ୍ଧୀଙ୍କ ହାର୍ଦ୍ଦିକ ସ୍ଵାଗତ କରିଛନ୍ତି। ରାହୁଲ ଗାନ୍ଧୀ ଯାହା ବି ନିଷ୍ପତ୍ତି ନେବେ ତାକୁ ସମସ୍ତେ ସମ୍ମାନ ଜଣାଇବେ।

 

ସିଦ୍ଧୁ ଟୁଇଟ୍ କରିଛନ୍ତି ଯେ. ବିନା କୌଣସି ନିର୍ଣ୍ଣୟରେ କେବେ ବି କିଛି ହାସଲ ହୁଏ ନାହିଁ। ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ପଞ୍ଜାବକୁ ସ୍ପଷ୍ଟତା ଦେବା ପାଇଁ ଆସୁଥିବା ଆମର ଅଗ୍ରଣୀ ପ୍ରକାଶକୁଞ୍ଜ ରାହୁଲଜୀଙ୍କୁ ହାର୍ଦ୍ଦିକ ସ୍ଵାଗତ। ଆମେ ସମସ୍ତେ ତାଙ୍କ ନିଷ୍ପତ୍ତିର ପାଳନ କରିବା।

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଅଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏବଂ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବୋଜତ ସିଂହ ସିଦ୍ଧୁ। ଶନିବାର ରାଜ୍ୟର ସମସ୍ତ ୧୧୭ ବିଧାନସଭା ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଲୁଧିଆନାର ହର୍ଷିଲା ରିସର୍ଟରେ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ଭର୍ଚୁଆଲ ରାଲି ପ୍ରସ୍ତୁତିରେ ଲାଗିଥିଲେ।

ରାହୁଲଙ୍କ ସମ୍ବୋଧନର ଭର୍ଚୁଆଲ ପ୍ରସାରଣ ପାଇଁ ସମସ୍ତ ପ୍ରାର୍ଥୀ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ବଡ ଏଲଇଡି ସ୍କ୍ରିନ ଲଗାଇଛନ୍ତି। ରାହୁଲଙ୍କ ଏହି ରାଲିକୁ ନେଇ ଲୁଧିଆନାରେ ଦିନସାରା ପାର୍ଟି କର୍ମକର୍ତ୍ତାଙ୍କ ଗହଣରେ ଉତ୍ସାହ ଦେଖିବାକୁ ମିଳିଛି। ଲୁଧିଆନାର କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ଅଶ୍ଵିନୀ ଶର୍ମା କହିଛନ୍ତି, ପାର୍ଟିର ସମସ୍ତ ନେତା ଏକଜୁଟ ଅଛନ୍ତି ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ହାଇକମାଣ୍ଡଙ୍କ ନିଷ୍ପତ୍ତିର ସମ୍ମାନ କରିବେ।

 

Get real time updates directly on you device, subscribe now.