fbpx

ଦୀର୍ଘ ୭୦ ବର୍ଷ ଧରି ଖଦିର ନକଲି କପଡା ବିକ୍ରି କରୁଥିଲା ସଂସ୍ଥା, ଏବେ ଲାଗିଲା ବ୍ୟାନ

ମୁମ୍ବାଇ: ଅସଲି ଖଦି ନାମରେ ଦୀର୍ଘ ୭୦ ବର୍ଷ ଧରି ଖଦିର ନକଲି କପଡା ବିକ୍ରି କରୁଥିବା ସଂସ୍ଥା ଉପରେ ଏବେ ଯାଇ ଲାଗିଲା ବ୍ୟାନ। ଖଦି ଏବଂ ଗ୍ରାମଦ୍ୟୋଗ ଆୟୋଗ(କେଭିଆଇସି) ପ୍ରାୟ ସାତ ଦଶନ୍ଧିର ପୁରୁଣା ଖଦି ଏମ୍ପୋରିୟମକୁ ନକଲି ଖଦି ଉତ୍ପାଦ ବିକ୍ରି କରୁଥିବା ଅଭିଯୋଗରେ କଟକଣା ଲଗାଇଛି। ଆୟୋଗର ସରକାରୀ ପ୍ରେସ୍ ବିବୃତ୍ତିରେ ଏହାର ସୂଚନା ଦିଆଯାଇଛି।

ଆୟୋଗ କହିଛି, ନକଲି ଉତ୍ପାଦ ବା ସାମଗ୍ରୀ ବିକ୍ରି କରୁଥିବା କମ୍ପାନୀ ଏବଂ ସଂସ୍ଥା ବିରୋଧରେ ଶୂନ୍ୟ ନୀତି ଆପଣାଯାଉଛି। ଏହି କ୍ରମରେ ଅଭିଯୋଗକୁ ଭିତ୍ତି କରି ଖଦି ବିକୁଥିବା ସବୁଠୁ ପୁରୁଣା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆୟୋଗ ଜାଣିବାକୁ ପାଇଥିଲା ଯେ, ଡ. ଡି ଏନ ରୋଡ ସ୍ଥିତ ଖଦି ଏମ୍ପୋରିୟମ ଅସଲି ଖଦି ନାମରେ ନକଲି ଖଦି ଉତ୍ପାଦ ବିକ୍ରି କରୁଛି। ଏହା ପରେ ଏମ୍ପୋରିୟମର ପଞ୍ଜିକରଣ ରଦ୍ଦ କରାଯାଇଛି। କାର୍ଯ୍ୟାନୁଷ୍ଠାନ ପରେ ଏବେ ଏମ୍ପୋରିୟମ ଖଦି ଉତ୍ପାଦ ବିକ୍ରି କରି ପାରିବ ନାହିଁ।

ସୂଚନାଯୋଗ୍ୟ, ଖଦି କପଡାର ବିକ୍ରିରେ ବଡ ନାମ ଏବଂ ପରିଚିତ ଏହି ଏମ୍ପୋରିୟମର ଗଠନ ୧୯୫୪ରେ ହୋଇଥିଲା। କପଡା ବ୍ୟତୀତ ଏହି ସଂସ୍ଥା ଫର୍ଣ୍ଣିଂଚର, ସାବୁନ ଏବଂ ଅନ୍ୟ ହସ୍ତଶିଳ୍ପ ବିକ୍ରି କରୁଥିଲା।

 

Get real time updates directly on you device, subscribe now.