ଭୁବନେଶ୍ୱର: କାର୍ କିଣିଲା ବେଳେ ସମସ୍ତେ ନିଜ କାରରେ କିଛି ପରିବର୍ତ୍ତନ କରିବାକୁ ପସନ୍ଦ କରିଥାନ୍ତି । ଏହାର ଲୁକ୍ ତଥା ଇଣ୍ଟିରିୟରରେ ପରିବର୍ତ୍ତନ କରିବାକୁ ଚାହିଥାନ୍ତି ଯେମିତିକି କେହି କେହି ଗ୍ରାଫିକ୍ସ ଲଗାଇବାକୁ ଚାହିଥାନ୍ତି କିମ୍ବା ଅନ୍ୟ କିଛି ଆକ୍ସେସୋରିଜ୍ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଅଫର୍ ବିଷୟରେ କହିବାକୁ ଯାଉଛୁ ଯଉଁ ଅଫର୍ ଦ୍ୱାରା ଆପଣଙ୍କୁ ଗାଡ଼ି କିଣିଲା ବେଳେ ୬୦ ହଜାର ପର୍ଯ୍ୟନ୍ତ ଛାଡ଼ ମିଳିପାରେ ଯାହକୁ ଆପଣ ଅନ୍ୟାନ୍ୟ ଆକ୍ସେସୋରିଜ ଉପରେ ଖର୍ଚ୍ଚ କରିପାରିବେ । ତେବେ ଏହି ଅଫର ଟାଟା ମୋଟର୍ସ ଏହାର ଗ୍ରାହକଙ୍କ ପାଇଁ ଆଣିଛି । ଟାଟା ଏହାର କିଛି ନିର୍ଦ୍ଦିଷ୍ଟ ମଡେଲ ଭ୍ୟାରିଏଣ୍ଟ ଉପରେ ଦେଉଛି ଏହି ଅଫର୍ ।
ଟାଟା ସଫାରୀ: ଏହା କମ୍ପାନୀର ଏକ ଲୋକପ୍ରିୟ ଏସୟୁଭି । ସଫାରୀ ହ୍ୟାରିୟର ଭଳି ଏକମାତ୍ର ଡିଜେଲ ଇଞ୍ଜିନ ବିଶିଷ୍ଟ । ଏଥିରେ ଗ୍ରାହକଙ୍କୁ ମାନ୍ୟୁଆଲ କିମ୍ବା ଅଟୋମେଟିକ୍ ଟ୍ରାନ୍ସମିଶନ ଅପ୍ସନ ରହିଛି । ବର୍ତ୍ତମାନ ସଫାରୀ ୨୦୨୧ ମଡେଲ ଉପରେ ୬୦,୦୦୦ ପର୍ଯ୍ୟନ୍ତ ଛାଡ଼ ଅଫର ମିଳୁଛି । ସେହିଭଳି ୨୦୨୨ ମଡେଲ ଉପରେ ୪୦,୦୦୦ ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି ।
ଟାଟା ହ୍ୟାରିୟର: ଟାଟା ହ୍ୟାରିୟରରେ ଏକ ବଡ଼ କ୍ୟାବିନ୍ ସ୍ପେଶ ଦେଖିବାକୁ ମିଳିଥାଏ । ଯାହା ଖୁବ୍ ଆରାମଦାୟକ ମଧ୍ୟ । ଏହା ଏକ ମିଡ୍ ସାଇଜ ଏସୟୁଭି ଅଟେ । ଗ୍ରାହକ ୨୦୨୧ ମଡେଲରେ ୬୦,୦୦୦ ପର୍ଯ୍ୟନ୍ତ ଛାଡ଼ ପାଇପାରିବେ । ଯେଉଁଥିରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଲାଭ ମଧ୍ୟ ରହିଛି । ଡାର୍କ ଏଡିସନ ଟ୍ରିମ୍ସରେ ୨୦ ହଜାର ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବେନିଫିଟ୍ ରହିଛି ।
ଟାଟା ଟିଆଗୋ: ଏହା କମ୍ପାନୀର ଏକ ଛୋଟ ହ୍ୟାଚବ୍ୟାକ୍ କାର ଅଟେ । ଏହା ଏକମାତ୍ର ୮୬ ବିଏଚପି, ୧.୨ ଲିଟର ତିନି ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ସହ ଉପଲବ୍ଧ । ଏଥିରେ ୧୦,୦୦୦ ପର୍ଯ୍ୟନ୍ତ କ୍ୟାସ୍ ବେନିଫିଟ୍ ଦିଆଯାଇଛି । ତେବେ ନିକଟରେ ଲଞ୍ଚ ହୋଇଥିବା ସିଏନଜି ଭ୍ୟାରିଏଣ୍ଟରେ ଭ୍ୟାରିଏଣ୍ଟ ଆଧାରରେ ୨୦,୦୦୦ ପର୍ଯ୍ୟନ୍ତ ବେନିଫିଟ୍ ମିଳୁଛି ।
ଟାଟା ଟିଗୋର: ଏହି କାର କମ୍ପାନୀ ସିଡାନ ସେଗମେଣ୍ଟରେ ଆସିଥାଏ । ଏଥିରେ ମଧ୍ୟ ବଡ଼ କ୍ୟାବିନ ସ୍ପେଶ ଦେଖିବାକୁ ମିଳିଥାଏ । ନିକଟରେ ଏହାର ସିଏନଜି ଭ୍ୟାରିଏଣ୍ଟ ମଧ୍ୟ ଲଞ୍ଚ କରାଯାଇଥିଲା । ତେବେ ଏହାର ସିଏନଜି ଭ୍ୟାରିଏଣ୍ଟ ଛଡ଼ା ଅନ୍ୟ ଭ୍ୟାରିଏଣ୍ଟ ଉପରେ ୨୫,୦୦୦ ପର୍ଯ୍ୟନ୍ତ ଡିସ୍କାଉଣ୍ଟ୍ ଦିଆଯାଉଛି ।
ଟାଟା ନେକ୍ସନ: ଏହି ମଡେଲ ଏହାର ସ୍ୱତନ୍ତ୍ର ଲୁକ୍ ପାଇଁ ଖୁବ୍ ପରିଚିିତ । ଏହାର ଅଧିକ ଭ୍ୟାରିଏଣ୍ଟ ଏବଂ ବିଭିନ୍ନ ଇଞ୍ଜିନ ଅପ୍ସନ ସହ ଗ୍ରାହକଙ୍କ ପାଇଁ ଆକର୍ଷଣ ପାଲଟିଛି । ଏବେ ଏହାର ଡିଜେଲ ଇଞ୍ଜିନ ଉପରେ ୧୫,୦୦୦ ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବେନିଫିଟ୍ ମଧ୍ୟ ଦିଆଯାଉଛି ।
ଟାଟା ଅଲ୍ଟାରୋଜ୍: ଏହି ମଡେଲ କମ୍ପାନୀର ଏକ ପ୍ରିମିୟମ ହ୍ୟାଚବ୍ୟାକ୍ କାର ଅଟେ । ଯାହା ଉପରେ କେବଳ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କର୍ପୋରେଟ ବେନିଫିଟ୍ ମିଳୁଛି । ଏଥିରେ କୌଣସି କ୍ୟାସ ଏବଂ ଏକ୍ସଚେଞ୍ଜ ଅଫର ଦିଆଯାଉନାହିଁ ।