fbpx
BSKY
BJD SHG SKY
BJD YOUTH SKY

ଆଜି ୟୁପିରେ ପ୍ରଥମ ପର୍ଯ୍ୟାୟ ମତଦାନ, ୮୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍

ଲକ୍ଷ୍ନୌ: ଆଜିଠୁ ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍‌, ୧୧ ଟି ଜିଲ୍ଲାର ୫୮ ଟି ସିଟ୍‌ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବ । ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାପୂର୍ବରୁ ଶାସକ ଦଳ ବିଜେପି, ସମାଜବାଦୀ ପାର୍ଟି, କଂଗ୍ରେସ, ବହୁଜନ ସମାଜ ପାର୍ଟି ସମେତ ସମସ୍ତ ରାଜନୈତିକ ଦଳ ଏହି ଅଭିଯାନରେ ନିଜର ସମ୍ପୂର୍ଣ୍ଣ ଶକ୍ତି ଦେଇଥିଲେ । ପଶ୍ଚିମ ଉତ୍ତରପ୍ରଦେଶର ୫୮ ଟି ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ୭ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୧ ଟି ଜିଲ୍ଲା ଯଥା ଆଗ୍ରା, ଆଲିଗଡ, ବାଗପାଟ, ବୁଲନ୍ଦଶାହର, ଗୌତମ ବୁଦ୍ଧ ନଗର, ଗାଜିଆବାଦ, ହାପୁର, ମଥୁରା, ମେରଟ, ମୁଜାଫରନଗର ଏବଂ ଶାମଲିରେ ଭୋଟ ପଡ଼ିବ । ମାର୍ଚ୍ଚ ୧୦ ରେ ଭୋଟ୍‌ ଗଣନା ହେବ । ପ୍ରଥମ ପର୍ଯ୍ୟାୟରେ ପାଇଁ ମୋଟ ୮୧୦ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଏଥଇରେ ୬୨୩ ଜଣ ପ୍ରାର୍ଥୀ ବିବାଦରେ ରହିଛନ୍ତି । ଯୋଗୀ ସରକାରଙ୍କ ୯ ଜଣ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ଆଜି । ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ପଶୁ ସମ୍ପଦ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ, ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା, ଧନ୍ଦାମୂଳକ ଶିକ୍ଷା ତଥା ଦକ୍ଷତା ବିକାଶ ମନ୍ତ୍ରୀ କପିଲ ଦେବ ଅଗ୍ରୱାଲ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅତୁଲ ଗର୍ଗ, ଅର୍ଥ ଏବଂ ଚିକିତ୍ସା ଶିକ୍ଷା ମନ୍ତ୍ରୀ ସନ୍ଦୀପ ସିଂ, ସମାଜ ସୁରେଶ ରାଣାଙ୍କ ନାମ ରହିଛି । ଏହା ବ୍ୟତୀତ ରାଜ୍ୟ କଲ୍ୟାଣ ମନ୍ତ୍ରୀ ଜିଏସ ଧର୍ମେଶ, ଜଙ୍ଗଲ ମନ୍ତ୍ରୀ ଅନୀଲ ଶର୍ମା ଏବଂ ଜଳ ଶକ୍ତି ଏବଂ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ଦୀନେଶ ଖତିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ସହିତ ଅବତାର ସିଂ ଭଦାନା, ଚୌଧୁରୀ ବାବୁ ଲାଲ, ବେବି ରାନୀ ମର୍ଯ୍ୟ ପ୍ରମୁଖ ରହିଛନ୍ତି ।

Get real time updates directly on you device, subscribe now.