fbpx

ମଜାକିଆ ଅନ୍ଦାଜରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ କମେଡି କିଙ୍ଗ ସୁନିଲ ଗ୍ରୋଭର: ଭାଇରାଲ ହେଉଛି ଟ୍ୱିଟ

ମୁମ୍ବାଇ: ବଲିଉଡ ଅଭିନେତା ସୁନୀଲ ଗ୍ରୋଭରଙ୍କୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ପୁଣି ଥରେ ତାଙ୍କର ଏକ ଟ୍ୱିଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତାଙ୍କ ସର୍ଜରୀ ପରେ ଫ୍ୟାନ୍ସମାନଙ୍କୁ ସେ କରିଥିବା ଟ୍ୱିଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । କିଛି ଦିନ ତଳେ ମୁମ୍ବାଇର ଏସିୟନ ହାର୍ଟ ଇନଷ୍ଟିଚ୍ୟୁଟରେ ତାଙ୍କ ହାର୍ଟ ଅପରେସନ ହୋଇଛି । ମେଡିକାଲରୁ ଡିସଚାର୍ଜ ହୋଇଥିଲେ ସୁଦ୍ଧା ତାଙ୍କୁ ସ୍ୱସ୍ଥ୍ୟବସ୍ଥାକୁ ନେଇ ଏବେ ବି ଚିନ୍ତିତ ଅଛନ୍ତି ଅଗଣିତ ଦର୍ଶକ ଏବଂ ତାଙ୍କ ପ୍ରଶଂସକ ।

 

ନିଜ ଟ୍ୱିଟର ପେଜରେ ପ୍ରଶାଂସକମାନଙ୍କୁ ମଜାକିଆ ଅନ୍ଦାଜରେ ଏକ ଧନ୍ୟବାଦ ଭରା ମେସେଜ କରିଛନ୍ତି ସୁନିଲ । ଯେଉଁଥିରେ ସେ ସୁସ୍ଥ ଥିବା ପ୍ରକାଶ କରିଛନ୍ତି । ଏଥିସହ ତାଙ୍କର ପ୍ରଶଂସକମାନଙ୍କୁ ସେ ନିଜ ଷ୍ଟାଇଲରେ ଧନ୍ୟବାଦ ଜଣାଇଛନ୍ତି । ଅପରେସନ ପରେ ସେ ଏବେ ସୁସ୍ଥ ଥିବା କଥା ଲେଖି ସେ ଏକ ଟ୍ୱିଟ କରିଛନ୍ତି । ‘ଭାଇ ଟ୍ରିଟମେଣ୍ଟ ହୋ ଗୟା, ମେରି ଚଲ ରହି ହୈ ହିଲିଙ୍ଗ…. ଆପ ସଭି କୋ ଦୁଆଓଁ କେ ଲିଏ ଗ୍ରାଟିଚ୍ୟୁଟ ବାଲି ଫିଲିଙ୍ଗ… ଠୋକୋ ତାଲି’ । ,ମିତି ଲେଖି ସେ ତାଙ୍କ ପ୍ରଶଂକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୁନିଲଙ୍କର ଏହି ଟ୍ୱିଟ ପରେ ସାରା ସୋଶଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.