ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଦେଶରେ ୨୪ ଘଣ୍ଟାରେ ଆଉ ୪୪ ହଜାର ୮୭୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ କୋଭିଡ ସଂକ୍ରମଣ ହାର ୩.୧୭ ପ୍ରତିଶତକୁ ହ୍ରାସ ପାଇଛି । ଏହା ସହିତ ଦିନକରେ ଆଉ ୬୮୪ ଜଣଙ୍କ ଜୀବନ ନେଲା ମହାମାରୀ କୋରୋନା । ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୮ ହଜାର ୬୬୫କୁ ବୃଦ୍ଧି ପାଇଛି ।
ଏଯାଏ ୪ କୋଟି ୧୫ ଲକ୍ଷ ୮୫ ହଜାର ୭୧୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୫ ଲକ୍ଷ ୩୭ ହଜାର ୪୫ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । କାଲି ସୁଦ୍ଧା ୧୭୨ କୋଟି ୮୧ ଲକ୍ଷ ୪୯ ହଜାର ୪୪୭ ଡୋଜ ଟିକା ଦିଆଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।