fbpx

Wi-Fi ଯୋଗୁଁ ପୁରା ପରିବାରକୁ ମାରିଲା ଗୁଳି, ଶବ ସହିତ ୩ ଦିନ…

ମ୍ୟାଡ୍ରିଡ: ସ୍ପେନରେ ୧୫ ବର୍ଷୀୟ ଜଣେ ବାଳକ ୱାଇ-ଫାଇ କନେକ୍ସନ କଟାଯିବାରୁ ରାଗରେ ଆସି ମା, ବାପା ଓ ସାନ ଭାଇକୁ ଗୁଳି କରି ହତ୍ୟା କରିଛି । କେବଳ ଏତିକି ନୁହେଁ, ୩ ଦିନ ପର୍ଯ୍ୟନ୍ତ ସେମାନଙ୍କ ଶବ ସହିତ ବନ୍ଦ ଘରେ ରହିଥିଲା ।

ଖବର ମିଳିବା ପରେ ଅଭିଯୁକ୍ତ ନାବାଳକକୁ ପୋଲିସ ଗିରଫ କରିଛି । ସ୍ପେନର ଏଲଶ ସହରରେ ହୋଇଥିବା ଏହି ଟ୍ରିପଲ ହତ୍ୟାକାଣ୍ଡ ଘଟାଇଥିବା ନାବାଳକ ନିଜ ଅପରାଧ ସ୍ୱୀକାର ମଧ୍ୟ କରିଛି । ଗତ ଶୁକ୍ରବାର ଦିନ ନାବାଳକକୁ ଗିରଫ କରାଯାଇଥିବା ଜଣାପଡିଛି ।

ସ୍ପେନର ଗଣମାଧ୍ୟରୁ ଦିଆଯାଇଥିବା ସୂଚନା ଅନୁସାରେ, ସ୍କୁଲରେ ଖରାପ ମାର୍କ ଆଣିବା ଓ ଘର କାମରେ ସାହାଯ୍ୟ ନକରିବାରୁ ନାବାଳକର ମା ତାର ୱାଇ-ଫାଇ କନେକ୍ସନ କାଟି ଦେଇଥିଲେ । ଏଥିରେ ରାଗିଯାଇ ପିଲାଟି ମା, ବାପା ଓ ୧୦ ବର୍ଷର ସାନ ଭାଇକୁ ଗୁଳି କରି ହତ୍ୟା କରିଥିଲା । ମୃତ ଦେହ ସହ ୩ ଦିନ ରହିବା ପରେ ସେ ସମ୍ପର୍କୀୟଙ୍କୁ ଏବିଷୟରେ ଜଣାଇଥିଲା । ବର୍ତ୍ତମାନ ସମୟରେ ନାବାଳକ ଜଣକ ଜେଲରେ ଥିବା ଜଣାପଡିଛି ।

Get real time updates directly on you device, subscribe now.