fbpx

୪ ନିଖୋଜ ଛାତ୍ରଙ୍କ ମିଳିଲା ସୁରାକ୍, ଜାମତାରା ଲିଙ୍କ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ ନିଖୋଜ ହୋଇଥିବା ୪ ଇଞ୍ଜିନିୟରିଂ ଛାତ୍ରଙ୍କ ବାବଦରେ ମିଳିଛି ସୁରାକ୍ । ଭୁବନେଶ୍ୱରରୁ ୪ ଜଣଙ୍କୁ ଉଠାଇନେଇଛି ଅଇଁଠାପାଲି ଥାନା ପୋଲିସ । ଜାମତାରା ଗ୍ୟାଙ୍ଗର ସଦସ୍ୟଙ୍କ ପାଖରେ ଥିଲେ ୪ ଛାତ୍ର । ଜାମତାରା ଗ୍ୟାଙ୍ଗ ଲିଙ୍କରେ ସେମାନଙ୍କୁ ଉଠାଇନେଇଛି ଅଇଁଠାପାଲି ପୋଲିସ । ଜାମତାରା ଗ୍ୟାଙ୍ଗର ଜଣଙ୍କୁ ଟ୍ରାକିଂ ବେଳେ ୪ ଛାତ୍ରଙ୍କ ଲିଙ୍କ୍ ମିଳିଥିଲା । ୧୧ ତାରିଖରେ ଖଣ୍ଡଗିରିରୁ ନିଖୋଜ ନେଇ ଅଭିଯୋଗ ହୋଇଥିଲା । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ପୋଲିସ ।

ତେବେ ଭୁବନେଶ୍ୱର ତମାଣ୍ଡୋ ଥାନା ଅଂଚଳର ଥିବା ଏକ ଘରୋଇ ଇଂଜିନିୟରିଂ କଲେଜର ୪ ଛାତ୍ର ନିଖୋଜ ହୋଇଥିଲେ । ଏନେଇ ଘରୋଇ ଇଂଜିନିୟରିଂ କଲେଜ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଥିଲା । ନିଖୋଜ ଛାତ୍ର ହେଲେ ବିହାର ସନ୍ଦେଶ ଥାନା ଅନ୍ତର୍ଗତ ଅଭୟପୁର ଗାଁର ଆଦିତ୍ୟ କୁମାର, ଝାଡ଼ଖଣ୍ଡ ଛୋଟ ଗୋବିନ୍ଦପୁରର ଭିଶାଲ ପାଣ୍ଡେ, ଝାଡଖଣ୍ଡ ସୀତାରାମଡେରା ଥାନା ଅଂଚଳର ତ୍ରିନେତ୍ର କୁମାର ଓ ବିହାର ଜାମ୍ମୁର ଅଂଚଳର ଶେଖର ସିଂ ରାଜପୁତ । ଅଭିଯୋଗ ପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ୪ ଛାତ୍ରଙ୍କୁ ଖୋଜିବାରେ ଲାଗିଥିଲା । ଏମାନେ ଗୋଟିଏ ରୁମରେ ଭଡାରେ ରହୁଥିଲେ । ତେଣୁ ଏମାନେ ସାଙ୍ଗ ହୋଇ ଘରକୁ ପଳାଇ ଥାଇ ପାରନ୍ତି ବୋଲି ସନ୍ଦେହ ହେଉଥିଲା । ଏମାନଙ୍କ ମୋବାଇଲ୍ ଲୋକେଶନ ଶେଷ ଥର ପାଇଁ ସମ୍ବଲପୁରରେ ଦେଖାଇଥିଲା ।

Get real time updates directly on you device, subscribe now.