fbpx

କରୋନା ମୁକାବିଲା ପାଇଁ ୪ ଓଏସଡ଼ି ନିଯୁକ୍ତ

ଭୁବନେଶ୍ୱର, ୧୫ା୩(ଓଡ଼ିଶା ଭାସ୍କର): : ସାରା ବିଶ୍ୱରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହି ଭାଇରସ ସମସ୍ତିଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ କରୋନା ମୁକାବିଲା ପାଇଁ ଚାରି ଓଏସଡ଼ିଙ୍କୁ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ଆଇଏଏସ ସୋମେଶ ଉପାଧ୍ୟାୟ, ପି.ଅନ୍ୱେଷା ରେଡ୍ଡି, ପାଟିଲ ଆଶିଷ ଈଶ୍ୱର ଓ ଦିବାକର ଟି.ଏସଙ୍କୁ ଓଏସଡ଼ି ଭାବେ ନିଯୁକ୍ତି ମିଳିଛି । ଜୁନ ଶେଷ ଯାଏଁ କରୋନା ମୁକାବିଲା ଦାୟିତ୍ୱରେ ଚାରି ଓଏସଡ଼ି ରହିବେ । ବିଭାଗୀୟ ଦାୟିତ୍ୱ ସହ ଅତିରିକ୍ତ ଭାବେ କରୋନା ଦାୟିତ୍ୱ ତୁଲାଇବେ ।

ଉଲ୍ଲେଖଯୋଗ୍ୟ ଯେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ଭାରତରେ କରୋନାରେ ୨ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।

Get real time updates directly on you device, subscribe now.