fbpx

୩ ସାମ୍ବାଦିକଙ୍କୁ ଆକ୍ରମଣ, ବଢ଼ୁଛି ନିର୍ବାଚନୀ ହିଂସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ । ଯାଜପୁର ଜିଲ୍ଲା ବାଛଳ ପଞ୍ଚାୟତରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ୩ ଜଣ ସାମ୍ବାଦିକ ରାଜ୍ୟର ତିନୋଟି ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଅଟନ୍ତି । ଖବର ସଂଗ୍ରହ ପାଇଁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା । ଏହି ଘଟଣାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି ।

ଆଜି ଯାଜପୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପୂର୍ବରୁ ଭୋଟ ସମୟରେ ଗଣ୍ଡଗୋଳ କରି ୨୮ ଜଣ ଗିରଫ ହୋଇଥିବା ବେଳେ ଆଜି ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତର ୪ ନମ୍ବର ବୁଥରୁ ଦୁର୍ବୃତ୍ତମାନେ ଭୋଟ ବାକ୍ସ ଉଠାଇ ନେଇଥିଲେ । ଫଳରେ ସେଠାରେ ମତଦାନ ବନ୍ଦ ରହିଥିଲା । ସେହିପରି ଗୋଳେଇପୁର ସୋତି ଗ୍ରାମରେ ମଧ୍ୟ ବିଡିଓଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.