ଆଶିଷ ମିଶ୍ରାଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ଗଲେ ପୀଡ଼ିତ ପରିବାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଯିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷଙ୍କୁ ମିଳିଥିବା ଜାମିନ ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି । ନିକଟରେ ଆଶିଷଙ୍କୁ ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଥିବାରୁ ହତ୍ୟାର ଶିକାର ହୋଇଥିବା ଚାଷୀଙ୍କ ପରିବାର ସଦସ୍ୟ ଏପରି ଜାମିନ ମଞ୍ଜୁରକୁ ବିରୋଧ କରି ସୁପ୍ରିମକୋର୍ଟରେ ପଞ୍ଚିଛନ୍ତି । ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଆଶିଷଙ୍କୁ ଗିରଫ କରାଯାଇଥିଲା । ପୁଲିସ୍‌ ଚାର୍ଜସିଟ୍‌ରେ ଆଶିଷଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଦଫା ଲଗାଇ ଥିଲା । ହେଲେ ପୁଲିସ୍‌ ନିଜର ଦାବି ମୁତାବକ ପ୍ରମାଣ ଉପସ୍ଥାପନ କରି ପାରି ନଥିବାରୁ କୋର୍ଟ ଆଶିଷ ମିଶ୍ରାଙ୍କୁ ଜାମିନରେ ପ୍ରଦାନ କରିଥିଲେ । ଏହାପରେ ସେ ଜେଲରୁ ମଧ୍ୟ ବାହାରିଛନ୍ତି । ହେଲେ ପୀଡ଼ିତଙ୍କ ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ।