fbpx

ପ୍ରଥମ ଥର ଫିଲ୍ମରେ ନଜର ଆସିବେ ବିଗ୍‌-ବି ଅମିତ ଓ ବାହୁବଲୀ’ ଷ୍ଟାର ପ୍ରଭାସ୍‌, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ମୁମ୍ବାଇ: ବଲିଉଡର ବିଗ୍‌-ବି ତଥା ଶେହନଶାହ ଅମିତାଭ ବଚ୍ଚନ ସବୁବେଳେ ଦର୍ଶକଙ୍କ ମନରେ ରାଜ୍‌ କରିଥାନ୍ତି । ବୟସ ଯେତେ ବଢୁଛି, ତାଙ୍କର କାମ ପ୍ରତି ଆଗ୍ରହ ସେତିକି ସେତିକି ବଢୁଛି । ସେ ସମସ୍ତ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ଏବେ ଅମିତାଭଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର । ଅମିତାଭ ବଚ୍ଚନ ପୁଣି ପରଦାକୁ ଫେରୁଛନ୍ତି । ଖୁବଶୀଘ୍ର ‘ବାହୁବଲୀ’ ଷ୍ଟାର ପ୍ରଭାସଙ୍କ ସହିତ ନଜର ଆସିବେ । ଏନେଇ ପ୍ରଭାସ ଏବଂ ଅମିତାଭ ଦୁହେଁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ।

 

 

View this post on Instagram

 

A post shared by Prabhas (@actorprabhas)

ଅମିତାଭ ଫିଲ୍ମକୁ ନେଇ କହିଛନ୍ତି, ଏହା ଏକ ସାଇନ୍ସ ତଥା ବୈଜ୍ଞାନିକଭିତ୍ତିକ ଫିଲ୍ମ । ଏହି ଫିଲ୍ମ ପାଇଁ ଅଭିନେତା ପ୍ରଭାସ ପ୍ରଥମ ସଟ୍‌ ଦେଇ ସାରିଛନ୍ତି । ନିଜର ଟ୍ୱିଟ୍‌ରେ ଅମିତାଭ ପ୍ରଭାସକୁ ପ୍ରତିଭାଶାଳୀ ଏବଂ ବିନମ୍ର କଳାକାର ବୋଲି କହିଛନ୍ତି । ପ୍ରଭାସଙ୍କ ଠାରୁ କିଛି ନୂଆ ଶିଖିବାକୁ ନେଇ ମଧ୍ୟ ଉତ୍ସାହିତ ରହିଛନ୍ତି ଅମିତାଭ । ଏହା ସହ ପ୍ରଭାସ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅମିତାଭ ବଚ୍ଚନଙ୍କ ଏକ ଫଟୋ ସେୟାର କରି ତାଙ୍କ ସହିତ କାମ କରିବା ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି । ଏହି ଫିଲ୍ମଟିକୁ ନାଗ ଅଶ୍ୱିନ ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମକୁ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରକାରର ନାମ ଘୋଷଣା ହୋଇନାହିଁ । ଏହାକୁ ପ୍ରୋଜେକ୍ଟ କେ ବୋଲି କୁହାଯାଉଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ଅମିତାଭ ବଚ୍ଚନ ଟ୍ୱିଟ୍‌ କରି ଏହି ବିଷୟରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.