fbpx

କରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ପରବର୍ତ୍ତି ସମୟରେ ଏହି ନିର୍ବାଚନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ମାର୍ଚ୍ଚ ୨୪ରେ ରାଜ୍ୟର ୨୦ଟି ଜିଲ୍ଲାରେ ଏହି ନିର୍ବାଚନ ହୋଇଥାନ୍ତା । ଏଥିରେ ୨ଜିଲ୍ଲା ପରିଷଦ ସଭ୍ୟ, ୮ଟି ସମତି ସଭ୍ୟ, ୬ଟି ସରପଞ୍ଚ ଓ ୮୪ଟି ୱାର୍ଡ଼ ମେମ୍ବର ପଦ ପାଇଁ ଉପନିର୍ବାଚନ ହେବାର ଥିଲା ।

Get real time updates directly on you device, subscribe now.