ଗର୍ଭନିରୋଧର ପଦ୍ଧତି ଓ ପାର୍ଶ୍ବ ପ୍ରତିକ୍ରିୟା: ମହିଳାଙ୍କୁ ମିଳିବ ସୁରକ୍ଷିତ ଜୀବନ

ଗର୍ଭଧାରଣ ପ୍ରକ୍ରିୟାକୁ ନିବାରଣ କରିବା କିମ୍ବା ଗର୍ଭଧାରଣ ସମ୍ଭାବନାକୁ ପ୍ରତିହତ କରିବାର କ୍ରିୟାକୁ ଗର୍ଭନିରୋଧ କୁହାଯାଏ । ପୁରୁଷର ଶୁକ୍ରାଣୁ ଓ ନାରୀର ଡିମ୍ବାଣୁ କୁ ମିଳନ କରାଈନଦେବାକୁ ହିଁ ଗର୍ଭନିରୋଧର ଏକମାତ୍ର ଲକ୍ଷ୍ୟ । ଭାରତରେ ନାରୀ ଜନ୍ମକୁ ପ୍ରତିହତ କରିବା ପାଇଁ ଗର୍ଭନିରୋଧ ପ୍ରକ୍ରିୟା ପାଳନ କରାଯାଇଥାଏ । ତେବେ ଉପଯୁକ୍ତ ଜ୍ଞାନ ଅଭାବରୁ ଲାଭ ପରିବର୍ତ୍ତେ ଏହା ପ୍ରଭୃତ କ୍ଷତି କରିଥାଏ । ଆସନ୍ତୁ ଆଲୋଚନା କରିବା ସୁରକ୍ଷିତ ଗର୍ଭନିରୋଧର ବିଭିନ୍ନ ଉପାୟ ସମ୍ପର୍କରେ ।
ଏକସୁସ୍ଥ ଜୀବନଯାପନ ପାଇଁ ଓ ପରିଛନତାପୁର୍ଣ୍ନ ସହବାସ ସହ ଏକ ସୁସ୍ଥ ଓ ନିର୍ଭିକସହବାସ ହେବା ନିହାତି ଆବଶ୍ୟକ । ଯାହା ୨ ସାଥି ବା ସ୍ବାମୀ ସ୍ତ୍ରୀ ଙ୍କ ଜୀବନ ଶୈଳୀ ଖୁବ୍ ଭଲରେ କଟିଥାଏ ।
ନବ ବିବାହିତ ପତି ପତ୍ନୀ କେତେକ ସ୍ଥଳରେ ଶୀଘ୍ର ପିଲାପିଲି ଚାହାଁନ୍ତି ନାହିଁ !
କିଛି କ୍ଷେତ୍ରରେ ୧ ରୁ ୨ ଟି ସନ୍ତାନ ହେବା ପରେ ସ୍ବାମୀ ସ୍ତ୍ରୀ ଆଉ ପିଲା ଚାହାନ୍ତି ନାହିଁ । ଭୁଲ୍ ବଶତଃ ପିଲା ରହିବା ପରେ ସେ ସନ୍ତାନ କୁ ଗର୍ଭରୁ ହିଁ ମାରିଦେଈଥାନ୍ତି ।
ଗର୍ଭନିରୋଧ କରିବାର ପଦ୍ଧତି :
  • କଣ୍ଡୋମ ହେଉଛି ଅତ୍ୟନ୍ତ ସେଫ୍ ଆଉ ସହଜ ପ୍ରକ୍ରିୟା ।
  • ଗର୍ଭନିରୋଧ ବଟିକା (ଅଧିକ ବ୍ୟବହାର ସ୍ବାସ୍ଥ୍ୟପାଇଁ କ୍ଷତିକାରକ )
  • ନାରୀମାନଙ୍କ ଗର୍ଭାଶୟରେ ଅନ୍ତଃଗର୍ଭାଶୟ (କପର ଟି) ବସ୍ତୁ ସ୍ଥାପନ କରାଯାଏ ।
ସବୁଠୁ ଭଲ ଉପାୟ :
  • ପୁରୁଷର ଶୁକ୍ରବାହୀନଳୀର ଉଛେଦନ ଭାସେକ୍ଟୋମୀ (Vasectomy) ସର୍ଜରୀ ଦ୍ବାରା ହେଈଥାଏ ।
  • ମହିଳାର ଡିମ୍ବାଣୁବାହୀ ନଳୀର ଉଛେଦନ ଟ୍ୟୁବେକ୍ଟୋମୀ (tubectomy) ସର୍ଜରୀ ଦ୍ବାରା ହେଈଥାଏ ।
କିଛି ନିହାତି ଜାଣିବା କଥା :
  • ଅନେକ ଲୋକ ସନ୍ତାନ ବିହିନ ହେଈ ଦୁଃଖ ରେ ରହୁଛନ୍ତି ନିଜେ ନିଜର ଭ୍ରୁଣ କୁ ହତ୍ୟାକରି ହତ୍ୟାର ପାପ ନିଜ ମୁଣ୍ଡକୁ ନେବା ନିହାତି ଭାବେ ଅପରାଧ ।
  • ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ନିଅନ୍ତୁ ନିଜ ଈଛାରେ ନିଜେ ନିଜର ଡାକ୍ତର ନହେଈ ଡାକ୍ତରଙ୍କ ପାଖକୁ ଯାଅନ୍ତୁ ଏବଂ ନିଜ ଭ୍ରୁଣକୁ ନମାରି ତାକୁ ଦୁନିଆ ଦେଖାନ୍ତୁ ।
  • ଯେହେତୁ ସେକ୍ସ କୁ ଲଜ୍ୟା ବୋଲି ଆମ ଭାରତରେ ଧରାଯାଏ ଏହି କଥା ଆଲୋଚନାକୁ ମଧ୍ୟ ସଭିଏଁ ଲଜ୍ଜ୍ୟାବୋଧ କରନ୍ତି । ଆମ ପାଠ ବହିରେ ଏସବୁ ଥିଲେ ମଧ୍ୟ ଏହାକୁ ନେଈ ଲଜ୍ଜ୍ୟାବୋଧ କରିବା ଆମ ଶିଖିତ ସମାଜରେ ଏକ ମୁର୍ଖାମୀର ମୁଖା ସଦୃଶ ।