ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା: ୬ଟି ବଡ ପରିବର୍ତ୍ତନ ସହ ମଇଦାନକୁ ପ୍ରଥମ ମ୍ୟାଚରେ ଓହ୍ଲାଇଲା ରୋହିତ ସେନା
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି ଅତିଥି ଦଳ । ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶନାକା ଟସ ଜିତିବା ପରେ ଭାରତକୁ ବ୍ୟାଟିଙ୍ଗ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି । ତେବେ ଏହି ସିରିଜରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ୱିକେଟ କିପର ଋଷଭ ପନ୍ତଙ୍କୁ ବିଶ୍ରାମ ମିଳିଛି । ଏହାପରେ ଆହତ ଅବସ୍ଥାରେ ସିରିଜର ଠିକ ପୂର୍ବରୁ ଦଳରୁ ବାଦ ପଡିଛନ୍ତି ଷ୍ଟାର ବୋଲର ଦୀପକ ଚହର । ସେହିପରି ୱେଷ୍ଟଇଣ୍ଡିଜ ବିପରେ ସଙ୍କଟମୋଚକ ସାଜିଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । ତେଣୁ ଏହି ସିରିଜ ଭାରତ ପାଇଁ ଖୁବ ସଙ୍ଘର୍ଷପୂର୍ଣ୍ଣ ହେବ ।
ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଏବଂ ୱିକେଟ କିପର ଇଶାନ କିଶାନ ପାଳି ଆରମ୍ଭ କରୁଥିବା ବେଳେ ମଧ୍ୟକ୍ରମରେ ଶ୍ରେୟସ ଅୟର, ସଞ୍ଜୁ ସାମସନ ଏବଂ ଦୀପକ ହୁଡ୍ଡା ଦଳକୁ ମଜବୁତ ସ୍ଥିତି ଦେବାକୁ ପ୍ରୟାସ କରିବେ । ତେବେ ଦଳ ପାଖରେ ଫିନିସର ଭାବରେ ରବିନ୍ଦ୍ର ଜାଡେଜା ଏବଂ ଭେଙ୍କଟେଶ ଅୟର ଭାବେ ଦୁଇ ଜଣ ଖେଳାଳି ମହଜୁଦ ଅଛନ୍ତି । ବୋଲିଙ୍ଗ ବିଭାଗରେ ଜଶପ୍ରୀତ ବୁମରାହ, ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ୟୁଜବେନ୍ଦ୍ର ଚହଲ ସ୍ପିନ ବିଭାଗରେ ଦଳରେ ସ୍ଥାନ ପାଇଛନ୍ତି । ସେପଟେ ଶ୍ରୀଲଙ୍କାରେ ମଧ୍ୟ କିଛି ପରିବର୍ତ୍ତନ ଦେଖାଯାଇଛି ।
ଭାରତ
ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ(ଓ୍ଵିକେଟ୍ କିପର), ଶ୍ରେୟସ ଆୟର, ସଞ୍ଜୁ ସାମସନ, ଦୀପକ ହୁଡ୍ଡା, ରବୀନ୍ଦ୍ର ଜାଡେଜା, ଭେଙ୍କଟେଶ ଆୟର, ହର୍ଷଲ ପଟେଲ୍, ଭୁବନେଶ୍ଵର କୁମାର, ଯଶପ୍ରୀତ ବୁମରା ଓ ୟୁଜବେନ୍ଦ୍ର ଚହଲ।
Sri Lanka have won the toss and they will bowl first in the 1st T20I.
A look at our Playing XI for the game.
Live – https://t.co/RpSRuIlfLe #INDvSL @Paytm pic.twitter.com/2o5iyU3WeK
— BCCI (@BCCI) February 24, 2022
ଶ୍ରୀଲଙ୍କା
ପାଥୁନ ନିଶଙ୍କା, କମିଲ ମିଶରା, ଚରିଥ ଅସଲଙ୍କା, ଦିନେଶ ଚାନ୍ଦିମାଲ(ଓ୍ଵିକେଟ୍ ରକ୍ଷକ), ଜନିଥ ଲିୟାନାଗେ, ଦାସୁନ ଶନାଙ୍କା(ଅଧିନାୟକ), ଚାମିକା କରୁଣାରତ୍ନେ, ଜେଫରି ଭନ୍ଦରସାୟ, ପ୍ରବୀଣ ଜୟଓ୍ଵିକ୍ରାମା, ଦୁଷ୍ମନ୍ତ ଚମିରା, ଲାହିରୁ କୁମାର।
Your playing ?? XI for the 1st T20I vs ??!#INDvSL pic.twitter.com/3EEDY44lz5
— Sri Lanka Cricket ?? (@OfficialSLC) February 24, 2022