ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ପୁଣି ଥରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ରୁଷିଆର ୟୁକ୍ରେନ ଆକ୍ରମଣକୁ ନିନ୍ଦା କରି ପ୍ରସ୍ତାବ ଆଗତ ହୋଇଛି । ଆମେରିକା ଓ ଆଲବେନିଆ ଦ୍ୱାରା ଆଗତ ପ୍ରସ୍ତାବକୁ ୧୧ ରାଷ୍ଟ୍ର ସମର୍ଥନ କରିଛନ୍ତି । ଭାରତ ସମେତ ୩ ରାଷ୍ଟ୍ର ଭୋଟଦାନରୁ ବିରତ ରହିଛନ୍ତି । ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ରୁଷିଆ ଭିଟୋ ପ୍ରୟୋଗ କରିଛି । ଅନ୍ୟପକ୍ଷରେ ଏକାଧିକ ରାଷ୍ଟ୍ରର ସମର୍ଥନ ଦାବି କରିଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର ।
Prev Post