୧୮୦୦ ଟଙ୍କାର ନିବେଶରୁ ବନିଗଲେ କୋଟିପତି: ଜାଣନ୍ତୁ ଶିକ୍ଷୟିତ୍ରୀଙ୍କ ସଫଳତାର କାହାଣୀ

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ବିଭିନ୍ନ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରି ଦେଇଛି । ଅତ୍ୟନ୍ତ କମ ନିବେଶରୁ ଏହା କୋଟିପତି ବନାଇବାରେ ସହାୟକ ହୋଇଥାଏ । ଏମିତି ଏକ କାହାଣୀ ହେଉଛି ଜଣେ ଶିକ୍ଷୟିତ୍ରୀଙ୍କର । ସାମାନ୍ୟ ଶିକ୍ଷୟିତ୍ରୀ ଭାବରେ କାମ କରୁଥିବା ରାଚେଲ ସିଗଲ କିଛି ବର୍ଷ ମଧ୍ୟରେ କୋଟିପତି ହୋଇ ଯାଇଛନ୍ତି । ନ୍ୟୁୟର୍କ ସିଟି ସ୍କୁଲରେ ଶିକ୍ଷୟିତ୍ରୀ ରହିଥିବା ରାଚେଲ କିଛି ବର୍ଷ ତଳେ ହିଁ କ୍ରିପ୍ଟୋରେ ନିବେଶ କରିବା ଆରମ୍ଭ କରିଥିଲେ ।

ମାତ୍ର ୧୮୦୦ ଟଙ୍କାରୁ ରାଚେଲ ନିଜର କ୍ରିପ୍ଟୋ ଯାତ୍ରା ଆରମ୍ଭ କରିଥିଲେ । ଆରମ୍ଭରୁ ରାଚେଲଙ୍କ ନିକଟରେ ଛୋଟ ଘର ଖଣ୍ଡିଏ ରହିଥିବା ବେଳେ ବର୍ତ୍ତମାନ ତାଙ୍କ ନିକଟରେ ଏକ ଅଲିଶାନ ବଙ୍ଗଳା ରହିଛି । ତେବେ କେଉଁ କ୍ରିପ୍ଟୋରେ ନିବେଶ କରି ରାଚେଲ ଏହି ସଫଳତା ପାଇଥିଲେ ତାହା ଜଣାଇ ନାହାନ୍ତି । ଏହା ସହିତ ରାଚେଲ ବର୍ତ୍ତମାନ ଜଣେ କ୍ରିପ୍ଟୋ ଇନଫ୍ଲୁଏନ୍ସର ଭାବରେ କାର୍ଯ୍ୟ କରୁଛନ୍ତି । ରାଚେଲ କହିଛନ୍ତି ଯେ, ମୁଁ ଯେତେବେଳେ କ୍ରିପ୍ଟୋରେ ନିବେଶ କରିବା ଆରମ୍ଭ କରିଥିଲି ସେତେବେଳେ ମୋର କୌଣସି ଆଇଡିଆ ନଥିଲା ତେଣୁ ଲୋକଙ୍କୁ କ୍ରିପ୍ଟୋ ସମ୍ପର୍କରେ ଜ୍ଞାନ ପ୍ରଦାନ ପାଇଁ ସେ ନିଜର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିବା କହିଛନ୍ତି ।