fbpx

ମହିଳାଙ୍କ ଶରୀରରୁ ବାହାରିଲା ୬ କୋଟିର ହେରୋଇନ୍, ଲୁଚାଇ ରଖିଥିଲେ ପ୍ରାଇଭେଟ୍ ପାର୍ଟରେ

ଜୟପୁର: ଶରୀରରେ ୬କୋଟିର ହେରୋଇନ୍‌ ରଖି ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଲେ ଚତୁର ମହିଳା । ତେବେ ଏହି ହେରୋଇନ୍ କୁ ଯେଉଁଭଳି ଭାବରେ ନେଇକି ଯାଉଥିଲେ ତାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଉକ୍ତ ମହିଳା ଅଭିଯୁକ୍ତ ଜଣକ ରାଜସ୍ଥାନ୍‌ ପୋଲିସ୍‌ କୁ ସେ ଚକମା ଦେଇ ପଳେଇ ଯିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଧରାପଡ଼ିଛନ୍ତି ।

ସୂଚନା ଯେ, ରାଜସ୍ଥାନରୁ ଏହି ଘଟଣା ସାମନାକୁ ଆସିଥିବା ବେଳେ ତାଙ୍କ ଶରୀରରୁ ୮୬୩ ଗ୍ରାମର ହେରୋଇନ୍‌ର ୮୮ କ୍ୟାପସୁଲ୍‌ ବାହାରିଛିା ଜବତ ହେରୋଇନ୍ ର ମୂଲ୍ୟ ପାଖାପାଖି ୬ କୋଟି ବୋଲି ଅନୁମାନ କରାଯାଉଛି । ତେବେ ଧରା ପଡ଼ିଥିବା ମହିଳା ଜଣକ ହେଉଛନ୍ତି ଆଫ୍ରିକୀୟ । ତାଙ୍କଠୁ ସବୁ କ୍ୟାପସୁଲ୍‌ ବାହାର କରିବାକୁ ୧୨ ଦିନ ଲାଗିଥିଲା। କିଛି କ୍ୟାପସୁଲକୁ ମହିଳା ଢୋକି ଦେଇଥିବା ବେଳେ ଆଉ କିଛି ପ୍ରାଇଭେଟ୍‌ ପାର୍ଟରେ ଲୁଚାଇ ରଖିଥିଲେ।

ମହିଳା ଜଣକ ସୁଡାନର ନାଗରିକ। ସେ ୧୯ ଫେବୃଆରୀକୁ ଶାରଜାହରୁ ଜୟପୁର ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ତଥା ଡିଆରଆଇର ଅଧିକାରୀ ଧରିଥିଲେ । ସୂତ୍ର ଅନୁସାରେ ମାଜିଷ୍ଟ୍ରେଟଙ୍କ ଠାରୁ ଅନୁମତି ନେବା ପରେ ମହିଳାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ସେଠି କ୍ୟାପସୁଲ କଢ଼ାଯାଇଥିଲା।

ଡାକ୍ତରଙ୍କ କହିବା ଅନୁସାରେ କ୍ୟାପସୁଲ କାଢ଼ିବାକୁ ୧୯ ଫେବୃଆରୀରୁ ୨ ମାର୍ଚ୍ଚ ପର୍ୟ୍ୟନ୍ତ ସମୟ ଅର୍ଥାତ ୧୨ ଦିନ ଲାଗିଥିଲା । କିଛି କ୍ୟାପସୁଲ୍‌ ଢୋକିଦେବା ସହ କିଛି ନିଜ ପ୍ରାଇଭେଟ୍‌ ପାର୍ଟ ତଥା ମଳାଶୟରେ ଲୁଚାଇ ରଖିଥିଲେ। ମହିଳା ଜଣଙ୍କ ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.