ନୂଆଦିଲ୍ଳୀ: ଘରେ ବସି ବସି ଅର୍ଥ ଉପାର୍ଜନର ଏକ ବଢିଆ ସୁଯୋଗ । ଘରେ ବସି ବସି ମାତ୍ର କିଛି ପ୍ରଶ୍ନର ଉତ୍ତର ଦେଇ ଆପଣ ଜିତି ପାରିବେ ୨୦ ହଜାର ଟଙ୍କା । ଏଥିପାଇଁ ଆପଣଙ୍କୁ ଆବଶ୍ୟକ କେବଳ ଗୋଟିଏ ସ୍ମାର୍ଟ ଫୋନ ଏବଂ କିଛି ସାଧାରଣ ଜ୍ଞାନ । ମାତ୍ର କିଛି ପ୍ରଶ୍ନର ଉତ୍ତର ଦେଇ ଆପଣ ଜିତି ପାରିବେ ୨୦ ହଜାର ଟଙ୍କାର ଅର୍ଥରାଶି । ଆମାଜନ ପେ ବାଲାନ୍ସରେ କିଛି ପ୍ରଶ୍ନର ଉତ୍ତର ଦେଲେ ମିଳୁଛି ଏହି ଅର୍ଥରାଶି । ସକାଳ ୮ଟାରୁ ରାତି ୧୨ଟା ଯାଏଁ ଏହି କ୍ୱିଜ ଅନୁଷ୍ଠିତ ହେବ । ଜେନେରାଲ ନଲେଜ୍ ଏବଂ କରେଣ୍ଟ ଆଫେୟାର୍ସ ଉପରେ ଆପଣଙ୍କର ସାମାନ୍ୟ ଦଖଲ ରହିବା ଆବଶ୍ୟକ ।
କ୍ୱିଜରେ ପଚରା ଯାଉଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଆପଣ ପ୍ରାଇଜ ହାସଲ କରି ପାରିବେ । ଏହି ସମୟରେ ପଚରା ଯାଉଥିବା ସମସ୍ତ ପ୍ରଶ୍ନ ପାଇଁ ଆପଣଙ୍କୁ ୪ଟି ବିକଳ୍ପ ମଧ୍ୟ ଦିଆଯିବ । ପ୍ରତ୍ୟେକ ଦିନର ବିଜେତା ପରବର୍ତ୍ତୀ ଦିନରେ ଘୋଷଣା କରାଯିବ ।
କିପରି ଖେଳିବେ: ପ୍ରଥମେ ଆପଣଙ୍କୁ ଆମାଜନ ଆପ୍ ନିଜ ଫୋନରେ ଇନଷ୍ଟଲ କରିବାକୁ ପଡିବ । ଡାଉନଲୋଡ ଏବଂ ଇନଷ୍ଟଲ ପରେ ସାଇନ ଇନ କରିବାକୁ ପଡିବ । ସାଇନ ଇନ କରିବା ପରେ ଆମାଜନ କୁଇଜ୍ ବିକଳ୍ପ ବାଛିବାକୁ ପଡିବ । ସମୁଦାୟ ୫ଟି ପ୍ରଶ୍ନ ପଚରାଯିବ । ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଲେ ଆପଣ ୨୦ ହଜାର ଟଙ୍କାର ଆମାଜନ ପେ ବାଲାନ୍ସ ପାଇପାରିବେ ।
ପ୍ରଶ୍ନ ଓ ଉତ୍ତର:
୧.ସାଥୀ ଆପ୍ କେଉଁ ସଂସ୍ଥା ଲଞ୍ଚ କରିଛି?
ଉତ୍ତର: ସେବି
୨. ଜାନୁୟାରୀ ୨୦୨୧ରେ କେଉଁ ଏସୀୟ ରାଷ୍ଟ୍ର ନିଜର ଜାତୀୟ ସୁରକ୍ଷା ପଲିସି ପ୍ରଣୟନ କରିଥିଲା?
ଉତ୍ତର: ପାକିସ୍ତାନ
୩. କେଉଁ ରାଜ୍ୟରେ ସରାୟୁ କେନାଲ ପ୍ରକଲ୍ପର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ?
ଉତ୍ତର: ଉତ୍ତର ପ୍ରଦେଶ
୪. ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରେ କେଉଁ ପ୍ରାଣୀଟି ବିରଳ?
ଉତ୍ତର: ଏକିଡନା
୫. ଏନବିଏରେ ପ୍ରତି କ୍ୱାର୍ଟର କେତେ ମିନିଟ ବିଶିଷ୍ଟ ହୋଇଥାଏ?
ଉତ୍ତର: ୧୨ ମିନିଟ