fbpx

ମତଗଣନା ପୂର୍ବରୁ ଶସ୍ତା ହେଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ କେଉଁଠି କେତେ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ଆଜି ଆସିବ ଜନାଦେଶ । ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ । ମତଗଣନା ପୂର୍ବରୁ ସରକାରୀ ତୈଳ କମ୍ପାନୀ ବୁଧବାର ଦିନ ପେଟ୍ରୋଲ-ଡିଜେଲ ଦାମରେ ପରିବର୍ତ୍ତନ କରିଛନ୍ତି । ଉତ୍ତରପ୍ରଦେଶର ରାଜଧାନୀ ଲଖନଉ ଓ ଦିଲ୍ଲୀରୁ ନୋଏଡା ସହରରେ ପେଟ୍ରୋଲ-ଡିଜେଲ ଶସ୍ତା ହୋଇଛି । କିନ୍ତୁ ଦେଶର ୪ଟି ମହାନଗରରେ ତେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ମୁମ୍ବାଇରେ ପେଟ୍ରୋଲ ଦର ସବୁଠାରୁ ଅଧିକ ଲିଟର ପିଛା ୧୧୦ ଟଙ୍କା ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁଠି କେତେ ରହିଛି ତେଲ ଦର…

– ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ-୯୫.୪୧ ଟଙ୍କା ଓ ଡିଜେଲ ୮୬.୬୭ ଟଙ୍କା ।

– ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ-୧୦୯.୯୮ ଟଙ୍କା ଓ ଡିଜେଲ ୯୪.୧୪ ଟଙ୍କା ।

– ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ-୧୦୧.୪୦ ଟଙ୍କା ଓ ଡିଜେଲ ୯୧.୪୩ ଟଙ୍କା ।

– କୋଲକାତାରେ ଲିଟର ପିଛା ପେଟ୍ରୋଲ-୧୦୪.୬୭ ଟଙ୍କା ଓ ଡିଜେଲ ୮୯.୭୯ ଟଙ୍କା ।

ନୋଏଡାରେ ପେଟ୍ରୋଲ ଶସ୍ତା ହୋଇ ଲିଟର ପିଛା ୯୫.୩୬ ଟଙ୍କା ହୋଇଥିବା ବେଳେ ଲଖନଉରେ ଦାମ୍ ହ୍ରାସ ପାଇଁ ଲିଟର ପିଛା ୯୫.୧୪ ଟଙ୍କା ହୋଇଛି ।

Get real time updates directly on you device, subscribe now.