fbpx

ଚାଲିଛି ୫ ରାଜ୍ୟ ଭୋଟ ଗଣତି, ଜାଣନ୍ତୁ କେଉଁ ରାଜ୍ୟରେ କିଏ ରହିଛି ଆଗୁଆ…

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ଭୋଟ ଗଣତି ୮ଟାରୁ ଭୋଟ ଗଣତି ଚାଲିଛି । ଗତ ୨ ମାସ ଧରି ଚାଲିଥିବା ରାଜନୀତିର ଆଜି ଆସିବ ନିଷ୍ପତ୍ତି । ଉତ୍ତରପ୍ରଦେଶରେ ବିଜେପି ଓ ସପା ମଧ୍ୟରେ ମହାମୁକାବିଲା ଚାଲିଥିବା ବେଳେ ପଞ୍ଚାବରେ କଂଗ୍ରେସକୁ ଟକ୍କର ଦେଉଛି ଆମ୍ ଆଦମୀ ପାର୍ଟୀ । ଏହି ୨ଟି ରାଜ୍ୟ ବ୍ୟତୀତ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରୋ କଂଗ୍ରେସ, ଆପ୍ ସତ୍ତାରେ ଥିବା ବିଜେପି ଓ ତାଙ୍କ ସାଥୀଙ୍କୁ ଟକ୍କର ଦେଉଛନ୍ତି । ମତଗଣନା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ଦିର ଦର୍ଶନ କରିଥିବା ସୂଚନା ମିଳିଛି ।

ତେବେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ଭାବରେ କେଉଁ ରାଜ୍ୟରେ କେଉଁ ଦଳ ଆଗୁଆ ରହିଛି ତାର ଅପଡେଟ୍ ଆସି ପହଞ୍ଚିଛି । ପଞ୍ଜାବରେ କଂଗ୍ରେସ ୪, ଆପ୍ ୩ ଏବଂ ଏସଏଡି ୧ଟି ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି । ସେହିପରି ଉତ୍ତର ପ୍ରଦେଶରେ ବିଜେପି ୧୫, ଏସପି ୮, ବିଏସପି ୨ଟି ଆସନରେ ଆଗୁଆ ରହିଥିବା ଦେଖାଯାଉଛି । ଅନ୍ୟପଟେ ଉତ୍ତରାଖଣ୍ଡରେ ବିଜେପି ୭ ଏବଂ କଂଗ୍ରେସ ୬ଟି ଆସନରେ ରହିଛି ଆଗୁଆ । ୟୁପିରେ ବିଜେପି, ପଞ୍ଜାବରେ କଂଗ୍ରେସ ଏବଂ ଉତ୍ତରାଖଣ୍ଡରେ ବିଜେପି ରହିଛି ଆଗୁଆ ।

 

Get real time updates directly on you device, subscribe now.