fbpx

Paytm Payments Bankକୁ RBI ଝଟକା: ନୂଆ ଗ୍ରାହକ ଯୋଡ଼ିବା ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ (ପିପିବିଏଲ)କୁ ଏକ ଏକ ଜବରଦସ୍ତ ଝଟକା ଲାଗିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହି କଟକଣା ଜାରି କରାଯାଇଥିବା ଜଣାପଡ଼ିଛି । ଏଣିକି ପିପିବିଏଲ ଆଉ ନୂଆ ଗ୍ରାହକଙ୍କୁ ଯୋଡ଼ି ପାରିବ ନାହିଁ । ଆରବିଆଇ ପକ୍ଷରୁ ଏହି ନିର୍ଦ୍ଦେଶନାମା ଆସିଥିବା ବେଳେ ପିପିବିଏଲର ଆଇଟି ଅଡିଟ କରାଯିବାକୁ କୁହାଯାଇଛି । ଆଇଟି ଇନଫ୍ରାଷ୍ଟ୍ରକଚର କେତେ ଗ୍ରାହକଙ୍କ ବୋଝ ଉଠାଇ ପାରିବ, ସେଥିରେ କ’ଣ ଗଡ଼ବଡ଼ି ରହିଛି ସେନେଇ ସମସ୍ତ ପ୍ରକାର ଯାଞ୍ଚ କରାଯିବ ।

ଗତ ୨୦୧୭ ମସିହା ମେ ମାସ ୨୩ ତାରିଖରେ ପେଟିଏମ ପେମେଣ୍ଟ ବ୍ୟାଙ୍କର କାର୍ଯ୍ୟାରମ୍ଭ ହୋଇଥିଲା । ତେବେ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଲାଇସେନ୍ସ ପ୍ରାପ୍ତ କରିବା ପାଇଁ ଆରବିଆଇ ନିକଟରେ ଆବେଦନ କରିବ ବୋଲି ଜଣାପଡ଼ିଛି । ବ୍ୟାଙ୍କର ପ୍ରତିଷ୍ଠତା ବିଜୟ ଶେଖର ଶର୍ମା ଆସନ୍ତା ଜୁନ ମଧ୍ୟରେ ଏହି ଆବେଦନ କରିପାରନ୍ତି । ନିୟମ ଉଲ୍ଲଂଘନ କରିବା କାରଣରୁ ଗତବର୍ଷ ଆରବିଆଇ ପିପିବିଏଲ ଉପରେ ଏକ କୋଟିର ଜରିମାନା ଲାଗୁ କରିଥିଲା । ପିପିବିଏଲକୁ ଫାଇନାଲ ସାର୍ଟିଫିକେଟ ପ୍ରଦାନ କରିବା ପୂର୍ବରୁ ଆରବିଆଇ ପକ୍ଷରୁ ଯାଞ୍ଚ କରାଯାଇଥିଲା । ତେବେ ପେମେଣ୍ଡ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ ଆକ୍ଟର ଧାରା ୨୬(୨) ଉଲ୍ଲଂଘନ କରିଥିବା ଜଣାପଡ଼ିବା ପରେ ଆରବିଆଇ ଏହି ପଦକ୍ଷେପ ନେଇଥିଲା ।

Get real time updates directly on you device, subscribe now.