fbpx

ଗରମ ତାୱାରେ ଓଡ଼ିଶା: ୩୯ ଡିଗ୍ରୀ ଉପରେ ରହିଛି ୭ ସହର, ବଲାଙ୍ଗୀର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର (ଓଡ଼ିଶା ଭାସ୍କର): ମାର୍ଚ୍ଚ ମାସରେ ବି ରାଜ୍ୟରେ ଗରମ ବଢିବାରେ ଲାଗିଛି । ରାଜ୍ୟ ବର୍ତ୍ତମାନ ଗରମ ତାୱା ଉପରେ ବସିଥିବା ବେଳେ ଦୁଇଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସେହିପରି ୭ଟି ସହରରେ ତାପମାତ୍ରା ୩୯ ଡିଗ୍ରୀରୁ ଅଧିକ ରହିଛି । ୪୦.୬ ଡିଗ୍ରୀର ତାପମାତ୍ରା ସହିତ ବଲାଙ୍ଗୀର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତପ୍ତ ସହର ରହିଛି । ବୌଦ୍ଧରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ରହିଛି ।

ଭୁବନେଶ୍ୱରରେ ତାପମାତ୍ରା ୩୬.୨ ଡିଗ୍ରୀ ରହିଥିବା ବେଳେ କଟକରେ ଏହା ୩୭.୮ ଡିଗ୍ରୀ ରହିଛି । ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ସୋନପୁର ସମେତ ବୌଦ୍ଧ ବଲାଙ୍ଗୀର ଏବଂ ନୟାଗଡକୁ ମଧ୍ୟ ଜାରି ହୋଇଛି ୟେଲୋ ୱାର୍ଣ୍ଣଂ । ଏହି ଜିଲ୍ଳା ମାନଙ୍କରେ ପ୍ରବଳ ମାତ୍ରାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ୫ ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂର ଅନ୍ତର୍ଭୁକ୍ତ କରାଯାଇଛି । ଅନୁଗୁଳ, ସୋନପୁର, ବୌଦ୍ଧ, ସମ୍ବଲପୁର ଇତ୍ୟାଦି ଜିଲ୍ଳା ପାଇଁ ଏହି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ତାପମାତ୍ରା ଏଭଳି ରହିବ ବୋଲି ସୂଚନା ଦିଆଯାଇଛି । ତେବେ ଦୁଇ ଦିନ ପରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଯୋଗୁଁ ତାପମାତ୍ରା ହ୍ରାସ ପାଇବ ।

Get real time updates directly on you device, subscribe now.