fbpx

ଏହି ସ୍ଥାନରେ ପେପର କିଣିବାକୁ ନାହିଁ ଟଙ୍କା: ପରୀକ୍ଷା ବାତିଲ୍

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶରେ ପେପର କିଣିବାକୁ ଡଲାର ନାହିଁ । ପେପର କିଣି ନପାରିବାରୁ ଦେଶରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କର ପରୀକ୍ଷା ବାତିଲ କରାଯାଇଛି । ପରୀକ୍ଷା କେବେ ହେବ, ସେନେଇ କୌଣସି ସୂଚନା ଦିଆଯାଇ ନାହିଁ । ଶିକ୍ଷା ଅଧିକାରୀଙ୍କ କହିବା ମୁତାବକ, ସୋମବାରଠାରୁ ସ୍କୁଲ ଛାତ୍ରଛାତ୍ରୀଙ୍କର ଟର୍ମ ପରୀକ୍ଷା ହେବାକୁ ଥିଲା, କିନ୍ତୁ ଦେଶରେ ପେପର ଅଭାବ ହେତୁ ପରୀକ୍ଷା ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ତେବେ ଶ୍ରୀଲଙ୍କା ୧୯୪୮ ମସିହାରେ ସ୍ୱାଧୀନତା ପରଠାରୁ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ପଶ୍ଚିମ ପ୍ରଦେଶର ଶିକ୍ଷା ବିଭାଗ କହିଛି ଯେ, ଦେଶରେ ବୈଦେଶିକ ମୁଦ୍ରା ଅଭାବରୁ କାଗଜ ଏବଂ ଇଙ୍କ ବାହାରୁ ଆମଦାନୀ ହୋଇପାରୁ ନାହିଁ, ଯେଉଁକାରଣରୁ କୌଣସି ବିଦ୍ୟାଳୟର ମୁଖ୍ୟ ପରୀକ୍ଷା କରିପାରିବେ ନାହିଁ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦେଶର ଦୁଇ ତୃତୀୟାଂଶ ଛାତ୍ର ପ୍ରଭାବିତ ହେବେ । ଏକ ଆକଳନ ଅନୁଯାୟୀ, ଶ୍ରୀଲଙ୍କାରେ ୪୫ ଲକ୍ଷ ସ୍କୁଲର ଛାତ୍ରଛାତ୍ରୀ ଅଛନ୍ତି । ଶ୍ରୀଲଙ୍କାରେ ଟେଷ୍ଟ ଟର୍ମ ହେଉଛି ଏକ ପ୍ରକାର ଚୂଡାନ୍ତ ପରୀକ୍ଷଣ, ଯେଉଁଥିରେ ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଯାଇପାରିବେ କି ନାହିଁ ତାହା ମୂଲ୍ୟାଙ୍କନ ପ୍ରକ୍ରିୟା ଦ୍ୱାରା ସ୍ଥିର କରାଯାଇଥାଏ । ଏହା ହେଉଛି ବର୍ଷର ଶେଷ ପରୀକ୍ଷା । କିନ୍ତୁ ପେପର ଅଭାବ ଯୋଗୁଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

Get real time updates directly on you device, subscribe now.