CHARIDHAM

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଦିଲ୍ଲୀରୁ ଦୋହା ଯାଉଥିବା ବିମାନର କରାଚିରେ ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ: ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି କାରଣରୁ କାତାର ଏୟାରଓ୍ଵେଜର କ୍ୟୁଆର ୫୭୯ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରାଇବାକୁ ପଡିଛି। ଏହି ବିମାନ ଦିଲ୍ଲୀରୁ ଦୋହା ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୧୦୦ରୁ ଅଧିକ ଯାତ୍ରୀ ବସିଥିଲେ। କାତାର ଏୟାରଓ୍ଵେଜ କହିଛି, ଉଡାଣ ସମୟରେ କାର୍ଗୋ ହୋଲ୍ଡରୁ ଧୂଆଁ ବାହାରୁଥିବା ସଙ୍କେତ ମିଳିଥିଲା। ଏହି କାରଣରୁ ବିମାନରେ ଜରୁରୀକାଳୀନ ଘୋଷଣା କରାଯାଇଥିଲା। କରାଚିରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା।

ବର୍ତ୍ତମାନ ଘଟଣାର ଯାଞ୍ଚ ଚାଲିଥିବା ଏୟାରଲାଇନ ପକ୍ଷରୁ କୁହାଯାଇଛି। ଯାତ୍ରୀଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ରିଲିଫ ଫ୍ଲାଇଟର ବ୍ୟବସ୍ଥା କରାଯାଉଛି। ଆମେ ନିଜ ଯାତ୍ରୀଙ୍କ ହୋଇଥିବା ଅସୁବିଧା ପାଇଁ କ୍ଷମା ମାଗୁଛୁ। ସମସ୍ତ ଯାତ୍ରୀଙ୍କୁ ବାକି ଯାତ୍ରା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବୁ।