fbpx

ଜାମିନ ଆବେଦନ ଖାରଜ, ଜେଲ ଗଲେ ନିରଞ୍ଜନ ସେଠୀ: ମାନସ ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ହୋଇଥିଲେ ପୂର୍ବତନ OIS

କ୍ୟାମେରାମାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ସଂପୃକ୍ତି ଗିରଫ ହୋଇଥିବା ଅବସରପ୍ରାପ୍ତ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ ହେବାରୁ ୧୪ ଦିନ ପାଇଁ ଭଦ୍ରକ ବିଚାର ବିଭାଗୀୟ ହାଜତ ଗଲେ ନିରଞ୍ଜନ ସେଠୀ ।

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ସୋମବାର ଦୁଇ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ୍ । ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରେ ରହିଛନ୍ତି ଏହି ଅବସରପ୍ରାପ୍ତ ଓଆଇଏସ ନିରଞ୍ଜନ ସେଠୀ, ଅନ୍ୟ ଜଣେ ଅଭିଯୁକ୍ତ ରଞ୍ଜନ ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି । ନିରଞ୍ଜନ ସେଠୀ ହତ୍ୟାର ଷଡ଼ଯନ୍ତ୍ର କରିବା ମୃତଦେହ ନଷ୍ଟ କରିବାରେ ସଂପୃକ୍ତି ଥିବା ନେଇ ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.