fbpx

ପୌର ନିର୍ବାଚନ ପାଇଁ ମଦ ବିକ୍ରି ବନ୍ଦ, ୨୬ ତାରିଖ ପରେ ଖୋଲିବ ଦୋକାନ

ବ୍ରହ୍ମପୁର, (ଭାସ୍କର ନ୍ୟୁଜ): ରାଜ୍ୟରେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ମଙ୍ଗଳବାର ସନ୍ଧ୍ୟାଠୁ ୨୬ ଯାଏଁ ୫ ଦିନ ପାଇଁ ସହରାଂଚଳର ମଦ ଦୋକାନଗୁଡ଼ିକ ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ ମଦ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଆଦି ସ୍ଥାନରେ ମଦ ବିକ୍ରି ଓ ପରିବେଷଣ ଉପରେ କଟକଣା ଲାଗୁ ହୋଇଛି । ପୂର୍ବରୁ ରାଜ୍ୟ ଅବକାରୀ କମିଶନ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା।  ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମ(କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର)ରେ ଡ୍ରାଏ ଡେ’ ଘୋଷଣା କରି ମଦ ବିକ୍ରି ଉପରେ କଟକଣା ଜାରି କରିଛନ୍ତି ।

ସେହିଭଳି ପୌର ନିର୍ବାଚନ ପାଇଁ ବ୍ରହ୍ମପୁର ମଦ ଦୋକାନ ଗୁଡିକରରେ କଟକଣା କଡାକଡି କରାଯାଇଛି। ମଙ୍ଗଳବାର ସନ୍ଧ୍ୟାର ସହରାଂଚଳର ସମସ୍ତ ଦେଶୀ ବିଦେଶୀ ମଦ ଦୋକନକୁ ସିଲ୍ କରିଦିଆଯାଇଛି। ଭୋଟ୍ ଗଣତି ପର୍ଯ୍ୟନ୍ତ ସମସ୍ତ୍ ଦେଶୀ ବିଦେଶୀ ମଦ ଦୋକାନ ବନ୍ଦ ରହିବ ବୋଲି ବ୍ରହ୍ମପୁର ଅବକାରୀ ସୁପରିଟେଣ୍ଡେଣ୍ଟ ରମେନ୍ଦ୍ର ନାରାୟଣ ନାୟକ ସୂଚନା ଦେଇଛନ୍ତି । ବ୍ରହ୍ମପୁର ସହରରେ ଥିବା ୨୨ ଟି ବିଦେଶୀ ମଦ ଦୋକାନ (ଅଫସପ) ୨୩ ଟି ରେଷ୍ଟୁରାଣ୍ଟ ଓ ୨ ଟି ହୋଟେଲ୍‌ରେ ଥିବା ବାର, ୨ ଟି ବିୟର୍‌ ପାର୍ଲର ୨ ଟି କ୍ଲବରେ ମଦ ବିକ୍ରି ବନ୍ଦ ରହିବ ବୋଲି କହିଛନ୍ତି । ଏହା ସହ ସହର ମଧ୍ୟରେ ଥିବା ଗୋଟିଏ ସରକାରୀ ଦେଶୀ ମଦ ଭାଟି ସହ ୧୨ ଟି ଶାଖା ଦୋକାନରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ରହିବ । ୨୭ ତାରିଖ ଦିନ ଏହି ଦୋକାନ ଗୁଡିକରେ ବିକ୍ରି ଆରମ୍ଭ ହେବ । ନିର୍ବାଚନ ସମୟରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ଯୋଗୁଁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏହି ସମୟରେ ବାହାରୁ ବେଆଇନ ମଦ ପ୍ରବେଶ ସମ୍ଭାବନା ରହିଥିବାରୁ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ସୁରିଟେଣ୍ଡେଣ୍ଟ୍‌ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.