fbpx

ଦେଶରେ ପୁଣି ବଢ଼ିଲା ତେଲ ଦର, ଜାଣନ୍ତୁ କେତେ ଅଛି ଆଜିର ରେଟ୍?

ନୂଆଦିଲ୍ଲୀ: ଦେଶରେ ଲଗାତାର ଦ୍ୱିତୀୟ ଦିନରେ ପୁଣି ବଢ଼ିଛି ତେଲ ତର । ସୂଚନା ମୁତାବକ, ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବଢ଼ିଛି । ୧୩୭ ଦିନ ପରେ କାଲି ମଧ୍ୟ ପେଟ୍ରୋଲ-ଡିଜେଲ ଦର ୮୦ ପଇସା ଲେଖାଏଁ ବଢ଼ିଥିଲା । ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ପୁଣିଥରେ ପେଟ୍ରୋଲ-ଡିଜେଲ ମହଙ୍ଗା ହେବାରେ ଲାଗିଲାଣି । ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି ।

ପେଟ୍ରୋଲ-ଡିଜେଲର ଦାମ୍ ଲିଟର ପିଛା ୮୦ ପଇସା ବଢ଼ିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୧.୦୧ ଟଙ୍କା ହୋଇଛି ତ ଡିଜେଲ ୮୮.୨୭ ଟଙ୍କାରେ ପହଞ୍ଚିଛି ।
ସେହିପରି ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର ୧୧.୬୭ ଟଙ୍କା ଥିବା ବେଳେ ଡିଜେଲର ଦାମ୍ ୯୫.୮୫ ଟଙ୍କା ହୋଇଛି ।
ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୨.୯୧ ଟଙ୍କ ଓ ଡିଜେଲ ୯୨.୯୫ ଟଙ୍କା ହୋଇଛି ।
କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୬.୩୪ ଟଙ୍କ ଓ ଡିଜେଲ ୯୧.୪୨ ଟଙ୍କା ହୋଇଛି ।
ନୋଏଡ଼ାରେ ଲିଟର ପିଛା ପେଟ୍ରୋଲ ୧୦୧.୬୪ ଟଙ୍କ ଓ ଡିଜେଲ ୮୮.୬୩ ଟଙ୍କା ହୋଇଛି ।
ଲଖନଉରେ ଲିଟର ପିଛା ପେଟ୍ରୋଲ ୯୬.୮୭ ଟଙ୍କ ଓ ଡିଜେଲ ୮୮.୪୨ ଟଙ୍କା ହୋଇଛି ।
ଜୟପୁରରେ ଲିଟର ପିଛା ପେଟ୍ରୋଲ ୧୦୮.୮୧ ଟଙ୍କ ଓ ଡିଜେଲ ୯୨.୩୫ ଟଙ୍କା ହୋଇଛି ।

ତେବେ ଅଶୋଧିତ ତୈଳ ଦର ବଢ଼ୁଥିବାରୁ ପେଟ୍ରୋଲ-ଡିଜେଲ ଦର ବଢ଼ୁଥିବା କୁହାଯାଉଛି । ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ରହିଛି । ଏପରି ପରିସ୍ଥିତିରେ ଦିନକୁ ଦିନ ତୈଳ ଦର ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.