fbpx

ନାବାଳକକୁ ବଳାତ୍କାର ଅଭିଯୋଗ: ଛାତରେ ଏକା ଦେଖି ଯୌନ ଶୋଷଣ କରିବାକୁ ଚେଷ୍ଟା କରୁଥିଲେ ମହିଳା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦ୍ୱରକା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୪୨ ବର୍ଷୀୟ ଜଣେ ମହିଳାଙ୍କୁ ନାବାଳକକୁ ବଳାତ୍କାର କରିବା ଅଭିଯୋଗରେ ଗିରଫ କରିଛି ପୋଲିସ । ପୀଡିତ ନାବାଳକର ମାଆଙ୍କ ଅଭିଯୋଗ ଅନୁସାରେ ମହିଳାଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ପୋସ୍କୋ ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ କରି ମହିଳାଙ୍କୁ ଗିରଫ କରାଯାଇଛି । ଏହା ସହିତ ପିଲାଟିକୁ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ମାର୍ଚ୍ଚ ୧୩ ତାରିଖରେ ପୋଲିସ ଏମିତି ଏକ ଘଟରାର ଖବର ପାଇଥିଲା । ଏକା ଥିବା ବେଳେ ପୁଅକୁ ମାଡ ମାରିବା ସହ ଯୌନ ଶୋଷଣର ଉଦ୍ୟମ ନେଇ ଆସିଥିଲା ସଙ୍ଗୀନ ଅଭିଯୋଗ । ତାଙ୍କ ୮ ବର୍ଷର ପୁଅ ଛାତରେ ଖେଳୁଥିବା ସମୟରେ ଜଣେ ମହିଳା ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ପିଲାଟି ମନା କରିବାରୁ ମହିଳା ତାଙ୍କୁ ମାଡ ମଧ୍ୟ ମାରିଥିଲେ । ଏହାପରେ ପୁଅର ପ୍ରାଇଭେଟ ପାର୍ଯରେ କିଛି ଜିନିଷ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ ଏହି ମହିଳା । ଏହା ଜାଣିବା ପରେ ପୀଡିତଙ୍କ ମା ପୋଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଦିଲ୍ଲୀ ପୋଲିସ ମହିଳା ସବ-ଇନ୍ସପେକ୍ଟର ମାମଲାର ତଦନ୍ତ ଆରମ୍ଭ କରିଥିଲେ । ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଅପ୍ରାକୃତିକ ଅପରାଧ, ପୋସ୍କୋ ଆକ୍ଟ ଏବଂ ଜେଜେ ଆକ୍ଟରେ ମାମଲା ରୁଜୁ କରିଛି । ଏହାର ୩ ଦିନ ପରେ ମହିଳାଙ୍କୁ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.