fbpx

ଅଫିସ୍‌ରେ କାମ ସାରି ଘରୁ ଫେରୁଥିଲେ ଯୁବକ, ଅଜାଣା ଗାଡ଼ି ଧକ୍କାରେ କନ୍ଦରପୁର ରାସ୍ତାରେ ଚାଲିଗଲା ଜୀବନ

ଜଗତସିଂହପୁର,(ଭାସ୍କର ନ୍ୟୁଜ୍‌) : ଜଗତସିଂହପୁର- କନ୍ଦରପୁର ରାସ୍ତାର ଚାନ୍ଦଗଡ ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କମୃତ୍ୟୁ ଘଟିଥିବାର ଜଣାପଡିଛି । ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।

ମିଳିଥିବା ଖବର ମୁତାବକ ରଘୁନାଥପୁର ଥାନା ଅନ୍ତଗର୍ତ ବଣିକୁନ୍ଦ ଗ୍ରାମର ସଦାନନ୍ଦ ମହାନ୍ତିଙ୍କ ପୁଅ ବିଭୁରଞ୍ଜନ ମହାନ୍ତି(୬୧) ଓରଫ ସଞ୍ଜୁ ଜଗତସିଂହପୁର ଏସ୍‌ବିଆଇ ଲାଇଫ ସଂସ୍ଥାରେ କାର୍ଯ୍ୟ କରନ୍ତି । ସେ ତାଙ୍କର କାର୍ଯ୍ୟ ସାରି ରାତି ୮ଟା ସମୟରେ ଘରକୁ ଫେରୁଥିବା ସମୟେର ସ୍ଥାନୀୟ ଚାନ୍ଦଗଡ ରାସ୍ତାରେ ଏକ ଅଜଣା ଗାଡି ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସେ ଗାଡିରୁ ପଡିଯିବା ସହ ତାଙ୍କ ନାକ, ପାଟି ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିଲେ । ସେହି ରାସ୍ତା ଦେଇ ଜଗତସିଂହପୁର ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ଫେରୁଥିବା ସମୟେର ସଂଜୁକୁ ରକ୍ତାକ୍ତ ଅବସ୍ଥୋର ଦେଖି ନିଜ ଗାଡିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

Get real time updates directly on you device, subscribe now.