fbpx

ଏପ୍ରିଲ ପହିଲାରୁ ପୁରୀରେ ମୋ ବସ୍‌ ସେବା, ୨ଟି ରୁଟ୍‌ରେ ଗଡ଼ିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଏପ୍ରିଲ୍‌ ୧ ତାରିଖରୁ ପୁରୀ ସହରରେ ଚାଲିବ ‘ମୋ ବସ୍‌’ । କ୍ୟାପିଟାଲ୍‌ ରିଜିଅନ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) କର୍ତୃପକ୍ଷ ଏହି ସୂଚନା ଦେଇଛନ୍ତି । ପ୍ରଥମେ ସହରର ଦୁଇଟି ରୁଟ୍‌- ୫୨ ଓ ୫୩ ରେ ‘ମୋ ବସ୍‌’ ଗଡ଼ିବ । ରୁଟ୍‌ ନମ୍ବର ୫୨ ଅର୍ଥାତ୍‌ ପୁରୀ ବସ୍‌ଷ୍ଟାଣ୍ଡ ଓ ଲାଇଟ୍‌ ହାଉସ୍‌ ମଧ୍ୟରେ ମୋ ବସ୍‌ ଚାଲିବ । ପୁରୀ ବସ୍‌ଷ୍ଟାଣ୍ଡରୁ ମୋ ବସ୍‌ ବାହାରି ପୁରୀ ରେଳ ଷ୍ଟେସନ୍‌, ଜିଲ୍ଲା ସ୍କୁଲ୍‌, ଟୁରିଷ୍ଟ୍‌ ଅଫିସ୍‌ ସି ବିଚ୍‌ ରୋଡ୍‌, ଚୈତନ୍ୟ ସ୍କୋୟାର ଓ ସ୍ୱର୍ଗଦ୍ୱାର ଦେଇ ଲାଇଟ୍‌ ହାଉସ୍‌ ରେ ପହଂଚିବ ।

ସେହିଭଳି ଲାଇଟ୍‌ ହାଉସ୍‌ର ଯେଉଁ ବସ୍‌ ବାହାରିବ ତାହା ଏହି ସବୁ ସ୍ଥାନ ଦେଇ ପୁରୀ ବସ୍‌ଷ୍ଟାଣ୍ଡରେ ପହଂଚିବ । ସେହିଭଳି ରୁଟ୍‌ ନମ୍ବର ୫୩ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଓ ପୁରୀ ବସ୍‌ଷ୍ଟାଣ୍ଡ ମଧ୍ୟରେ ଚାଲିବ । ମାଳତୀପାଟପୁର ବସ୍‌ଷ୍ଟାଣ୍ଡରୁ ମୋ ବସ୍‌ ବାହାରି ବୀରହରେକୃଷ୍ଣପୁର, ବାଟ ମଙ୍ଗଳା ମନ୍ଦିର, ଅଠରନଳା ଓ ମାଟିଆପଡ଼ା ସ୍କୋୟାର ଦେଇ ପୁରୀ ବସ୍‌ଷ୍ଟାଣ୍ଡରେ ପହଂଚିବ । ସେହିପରି ପୁରୀ ବସ୍‌ଷ୍ଟାଣ୍ଡରୁ ମୋ ବସ୍‌ ବାହାରି ଏହି ସବୁ ସ୍ଥାନ ଦେଇ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ପହଂଚିବ ।

Get real time updates directly on you device, subscribe now.