fbpx

ଓଡ଼ିଶାର ଜଙ୍ଗଲୀ ଛେଳିକୁ ମିଳିବ ଜାତୀୟ ମାନ୍ୟତା: ଅନୁଧ୍ୟାନ କଲେ ହରିୟାଣା ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ଜଙ୍ଗଲୀ ଛେଳିକୁ ମିଳିବ ଜାତୀୟ ମାନ୍ୟତା । କୋରାପୁଟର ନାରାୟଣ ପାଟଣାର ଛେଳି ଉପରେ ଅଧ୍ୟୟନ ପାଇଁ ଏକ ବିଶେଷଜ୍ଞ ଦଳ ଆସି ପରୀକ୍ଷଣ କରି ଫେରିଛନ୍ତି । ଫଳରେ ଖୁବ ଶୀଘ୍ର ଏହି ପ୍ରଜାତିର ଛେଳିଙ୍କୁ ଜାତୀୟ ମାନ୍ୟତା ମିଳିବାର ସମ୍ଭାବନା ରହିଛି । ୧୫ରୁ ଅଧିକ ଛେଳିଙ୍କ ରକ୍ତ ନମୁନା ସଂଗ୍ରହ ହୋଇଛି । ପରିବେଶ ସହ ଖାପ ଖୁଆଇ ଚଳୁଥିବା ୪ରୁ ୫ ପ୍ରଜାତିର ଛେଳି କ’ଣ ଖାଉଛନ୍ତି ବୋଲି ପଚାରିଥିଲେ । ପାହାଡ ତଥା ଜଙ୍ଗଲିଆ ପରିବେଶରେ ଅତି ସହଜରେ ବଞ୍ଚିପାରୁଥିବାରୁ ଏହି ପ୍ରଜାତିର ଛେଳିଙ୍କ ଚାହିଦା ଅଧିକ ରହିଥିବା ଜଣାପଡ଼ିଛି ।

ହରିୟାଣାର ଦୁଇ ଜଣ ପଶୁ ବିଶେଷଜ୍ଞ ଡାକ୍ତର ଆସି ଅନୁଧ୍ୟାନ କରିଛନ୍ତି । ହରିୟାଣା କର୍ନାଲରୁ ଦୁଇ ପଶୁ ବିଶେଷଜ୍ଞ ଡାକ୍ତର କରନବୀର ସିଂହ ଓ ବରିଷ୍ଠ ଗବେଷକ ମହେଶ ଦିଗେ ନାରାୟଣପାଟଣା ଗସ୍ତ କରି ପଶୁ ସମ୍ପଦ ବିଭାଗ କର୍ମଚାରୀ ଓ ଚାଷୀଙ୍କୁ ଭେଟିଛନ୍ତି । ପୋଡାପଦର ପଂଚାୟତର କିଛି ଗାଁ ବୁଲି ଛେଳିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରିଛନ୍ତି । ଗତବର୍ଷ ମଣ୍ଡା ମଇଁଷିକୁ ସ୍ୱତନ୍ତ୍ର ବ୍ରିଡ ମାନ୍ୟତା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ୪ ଜଣିଆ ବିଶେଷଜ୍ଞ ଦଳ ନାରାୟଣପାଟଣା ଗସ୍ତରେ ଯାଇ ଛେଳିଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ । ଏହାର ୮ ମାସ ପରେ ହରିୟାଣାର ବିଶେଷଜ୍ଞ ଦଳ ଆସି ଅନୁଧ୍ୟାନ କରିଛନ୍ତି ।

Get real time updates directly on you device, subscribe now.