fbpx

ଗୋଟିଏ ଘରେ ୨ ପତ୍ନୀଙ୍କୁ ରଖିଥିଲା ବ୍ୟକ୍ତି: ରାତିରେ ଶୋଇବା ପାଇଁ ହେଉଥିଲା ଝଗଡ଼ା, ପରେ ସ୍ୱାମୀ …

କାଙ୍କର: ଛତିଶଗଡ଼ର କାଙ୍କର ଜିଲ୍ଲାରେ ସ୍ୱାମୀଙ୍କୁ ନେଇ ୨ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା । ରାତିରେ ଶୋଇବାକୁ ନେଇ ଝଗଡ଼ା ଏତେ ବଢ଼ିଗଲା ଯେ, ଜଣେ ମହିଳାଙ୍କୁ ଜୀଅନ୍ତା ଜଳାଇବାକୁ ପ୍ରୟାସ କରାଯାଇଥିଲା । ମହିଳା ଜଣକ କୌଣସି ଉପାୟରେ ପୋଖରୀକୁ ଡେଇଁପଡ଼ି ନିଜ ଜୀବନ ବଞ୍ଚାଇଥିଲେ । ଯାଞ୍ଚରେ ଜଣାପଡିଲା କି, ମହିଳାଙ୍କ ସ୍ୱାମୀ ଓ ତାଙ୍କ ଦ୍ୱିତୀୟ ପତ୍ନୀ ବା ନିଜ ସଉତୁଣୀ ନିଆଁ ଲଗାଇଥିଲେ ।

ଘଟଣା ପରେ ୨ ଅଭିଯୁକ୍ତ ଫେରାର ହୋଇଛନ୍ତି । ପୋଲିସ ସେମାନଙ୍କୁ ଖୋଜିବା ପାଇଁ ଛାନଭିନ୍ ଜାରି ରଖିଛି । ଏହାରି ମଧ୍ୟରେ ପୋଲିସ ପୀଡ଼ିତା ଓ ଅଭିଯୁକ୍ତଙ୍କ ସହ ଜଡ଼ିତ ଲୋକଙ୍କୁ ପଚରାଉଚରା କରୁଛି । ପୋଲିସର ଯାଞ୍ଚରେ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି ।

ପୋଲିସର ସୂଚନାନୁସାରେ, ଏହି ଘଟଣା ଛତିଶଗଡ଼ କାଙ୍କେରର ପଙ୍ଖାଜୁର ସ୍ଥିତ କାପସୀ ପିଭି -୭ରେ ଘଟିଛି । ସେଠାରେ ରହୁଥିବା ଉଜ୍ଜ୍ୱଳା ମଣ୍ଡଳ ନାମକ ଜଣେ ବ୍ୟକ୍ତି ଗଜ ୧୭ ବର୍ଷ ପୂର୍ବେ ସବିତା ମଣ୍ଡଳଙ୍କୁ ବିବାହ କରିଥିଲା । ସେମାନଙ୍କର ୨ଟି ପିଲା ଥିବା ବେଳେ ଗତ ୧୫ ବର୍ଷ ଧରି ସେମାନଙ୍କ ସମ୍ପର୍କ ଠିକ୍ ଚାଲିଥିଲା । କିନ୍ତୁ ଦେଢ଼ ବର୍ଷ ପୂର୍ବେ ମହାରାଷ୍ଟ୍ରର ଜେବା ମଣ୍ଡଳଙ୍କ ସହ ସମ୍ପର୍କରେ ଆସିଥିଲା ଉଜ୍ଜ୍ୱଳ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଓ ସେ ଜେବାଙ୍କୁ ଦ୍ୱିତୀୟ ବିବାହ କରିଥିଲା । ସେ ୨ ପତ୍ନୀଙ୍କୁ ଗୋଟିଏ ଘରେ ରଖିଥିଲା ।

ପୋଲିସର କହିବା ମୁତାବକ, ସ୍ୱାମୀ ପାଖେ ଶୋଇବାକୁ ନେଇ ୨ ପତ୍ନୀଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା । ଗତ ମାର୍ଚ୍ଚ ୨୮ ତାରିଖ ରାତିରେ ସବିତା ସ୍ୱାମୀଙ୍କ ପାଖରେ ଶୋଇବାକୁ ଶେଯ ପାରିଥିଲେ, ଯାହାକୁ ନେଇ ପୁଣି ଥରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଘଟଣାସ୍ଥଳରେ ଉଜ୍ଜ୍ୱଳ ପହଞ୍ଚି ପ୍ରଥମ ପତ୍ନୀ ସବିତାଙ୍କୁ ଗାଳି କରିଥିଲା । ବିବାଦ ଅଧିକ ବଢ଼ିବାରୁ ଜେବା ଓ ଉଜ୍ଜ୍ୱଳ ମିଶି ସବିତାଙ୍କୁ ଧରିପକାଇଥିଲେ ଓ କିରୋସିନି ଢ଼ାଳି ନିଆଁ ଲଗାଇଦେଇଥିଲେ । ନିଆଁରେ ଜଳି ଜଳି ସବିତା ପାଖରେ ଥିବା ପୋଖରୀରେ ଡ଼ିଆଁମାରିଥିଲେ ଓ ନିଜ ଜୀବନ ବଞ୍ଚାଇଥିଲେ । ସବିତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ବେଳେ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି । ଘଟଣା ପରେ ଉଜ୍ଜ୍ୱଳ ଓ ଜବା ଫେରାର ହୋଇଛନ୍ତି, ଯାହାଙ୍କୁ ଖୋଜିବାରେ ଲାଗିଛି ପୋଲିସ ।

Get real time updates directly on you device, subscribe now.