fbpx

(Video) ସୋସିଆଲ ମିଡିଆରେ ଛାଇଲେ ଏୟାର ହଷ୍ଟେସ ଉମା: ପୁଣି ଥରେ ନିଜ ଅନ୍ଦାଜରେ କଲେ ଡାନ୍ସ, ଭାଇରାଲ ହେଉଛି ଭିଡିଓ…

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରଲ ହୋଇଥାଏ । କିନ୍ତୁ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ଜଣେ ଏୟାର ହଷ୍ଟେସ । ସେ ସବୁବେଳେ ନିଜର ରିଲ୍ସ ପାଇଁ ସୋସିଆଲ ମିଡିଆରେ ବେଶ ଫମେସ ମଧ୍ୟ । କେତେବେଳେ ଟ୍ରେଣ୍ଡରେ ଥିବା ଗୀତକୁ ନେଇ ସେ ଯେଉଁ ଭିଡିଓ କରନ୍ତି ତାହା ଭାଇରଲ ହୁଏ, ତ ପୁଣି ନିଜ ଖୁସି ପାଇଁ ଏମିତି ଅନେକ ଗୀତରେ ସବୁବେଳେ ରିଲ୍ସ ବନାଇ ଫେମସ ହୁଅନ୍ତି ।

ବଡ଼ କଥା ହେଉଛି ଏହି ଏୟାର ହଷ୍ଟେସ ଜଣଙ୍କ ନିଜର ଅଧିକାଂଶ ରିଲ୍ସ ବିମାନ ଭିତରେ ସୁଟ୍ କରିଥାନ୍ତି ତାହା ପୁଣି ଏୟାର ହଷ୍ଟେସର ୟୁନିଫର୍ମରେ ହିଁ । ଆଉ ଯେଉଁଥି ପାଇଁ ସେ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ, ଏଭଳି ବିମାନରେ ରିଲ୍ସ ବନାଉଥିବା ଏହି ଏୟାର ହଷ୍ଟେସ ଜଣଙ୍କ ହେଉଛନ୍ତି, ଉମା ମୀନାକ୍ଷୀ । ଯିଏକି ସ୍ପାଇସ ଜେଟରେ କାମ କରନ୍ତି । ଉମା ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ସବୁ ରିଲ୍ସକୁ ସେୟାର କରିଥାନ୍ତି । ସେ ବହୁତ ସୁନ୍ଦର ଡ୍ୟାନ୍ସ ମଧ୍ୟ କରନ୍ତି ଯାହାକି ତାଙ୍କର ରିଲ୍ସଗୁଡିକ ଦେଖିଲେ ଜଣାପଡୁଛି । ଯାହାକୁ ଦେଖି ଆପଣ ନିଶ୍ଚିତ ୱା ୱା କହିବେ । ନିକଟରେ ତାଙ୍କର ଟ୍ରେଣ୍ଡିଂରେ ଥିବା ବଙ୍ଗାଳୀ ଗୀତ ‘କଚା ବାଦାମ’ ରେ ଡ୍ୟାନ୍ସ କରିଥିଲେ, ଯାହାକୁ ତାଙ୍କୁ ବେଶ ଫେମସ କରିଥିଲା । ସେ ସବୁ ସମୟରେ ବିମାନ ପୂରା ଖାଲି ଥିବା ସମୟରେ ର୍ତାଙ୍କର ଏହି ଭିତରେ ଭିଡିଓ ସବୁ କରିଥାନ୍ତି ।

କହିବାକୁ ଗଲେ ପ୍ରତ୍ୟେକ ଦିନ ଇଣ୍ଟରନେଟରେ ଉମାଙ୍କର ବିମାନର ରିଲ୍ସ ଭିଡିଓ ସବୁ ଭାଇରାଲ ହେଉଛି । ଉମାଙ୍କ ଆଉ ଏକ ଭିଡିଓ ନିକଟରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଲେଜି ଲାଡ ଗୀତରେ ଗୀତରେ ଡ୍ୟାନ୍ସ କରି ଟ୍ରେଣ୍ଡରେ ରହିଥିଲେ । ଭିଡିଓରେ ଉମା ଏୟାରହଷ୍ଟେସ ଡ୍ରେସରେ ବିମାନ ଭିତରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଥାନ୍ତି । ନିଜ ସହ ନିଜର ସହକର୍ମୀମାନଙ୍କୁ ନେଇ ରିଲ୍ସ ମଧ୍ୟ କରିଥିବା ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.