ଦେଓଘର: ଝାଡ଼ଖଣ୍ଡ ଦେଓଘର ଜିଲ୍ଲାରରେ ହୋଇଥିବା ରୋପୱେ ଦୁର୍ଘଟଣାରେ ଏବେ ବି ୬ ଜଣ ଲୋକ ଫସିରହିଛନ୍ତି । ରେସ୍କ୍ୟୁ ଅପରେସନ୍ ଏବେ ବି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୪୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ଉଚ୍ଚ ଓ ପାହାଡିଆ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ତ୍ରିକୂଟ ପାହାଡ଼ରେ ଚାଲିଥିବା ରେସ୍କ୍ୟୁ ଅପେରସନ ସମୟରେ ଆଉ ଜଣେ ମହିଳା ତଳକୁ ଖସିପଡିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଦଉଡ଼ି ଛିଣ୍ଡିବା କାରଣରୁ ମହିଳା ଜଣକ ତଳକୁ ଖସିପଡ଼ିଥିଲେ । ମହିଳାଙ୍କର ଚିକିତ୍ସା ଚାଲିଛି । ଆଘାର କାରଣରୁ ତାଙ୍କର ହାଡ଼ ଭାଙ୍ଗିଥିବା କୁହାଯାଉଛି । ଏହି କାରଣରୁ କିଛି ସମୟ ପାଇଁ ଅପରେସନକୁ ବନ୍ଦ କରିଦିଆଯାଇଛି । ଯେଉଁ ଟ୍ରଲିଗୁଡିକରେ ଏହି ଦୁର୍ଘଟଣା ଘଟିଛି, ଏହି ଟ୍ରଲି ଜରିଆରେ ପ୍ରତିଦିନ ଶତିଧିକ ଭକ୍ତ ଝାଡ଼ଖଣ୍ଡର ଧାର୍ମିକ ନଗରୀ ନେଓଘରର ପାହାଡ଼ ଉପରେ ଥିବା ମନ୍ଦିରରେ ପହଞ୍ଚୁଥିଲେ ।
Lady badly injured during rescue from trolley at #DeogharRopeway.During winching harness got damage: Admin Initial Reports suggested. Lets pray for lady.#DeogharRopewayAccident @IAF_MCC @ITBP_official @indiatvnews pic.twitter.com/czC4lIuxjy
— Manish Prasad (@manishindiatv) April 12, 2022
ଗତ ରବିବାର ଦିନ ମଧ୍ୟ ଅନେକ ଶ୍ରଦ୍ଧାଳୁ କେତେକ ଟ୍ରଲିରେ ଏହା ସାଙ୍ଗରେ ଯାତ୍ରା ଆରମ୍ଭ କରିଥିଲେ । ଅଚାନକ୍ ରୋପ ୱେ କେବୁଲ ଉପରେ ଲୋଡ ବଢ଼ିଯିବାରୁ ଏକ ରୋଲର ଛିଡ଼ି ଯାଇଥିଲା । ଫଳରେ ୨ଟି ଟ୍ରଲି ପାହାଡ଼ ସହ ଧକ୍କା ହୋଇଥିଲା ଓ ଆଉ ୨ଟି ଓଲଟି ପଡ଼ି ତଳକୁ ଖସିଥିଲା । ଏହା ସବୁ ଏତେ ଶୀଘ୍ର ହୋଇଥିଲା ଯେ, କିଛି ଜାଣିବା ପୂର୍ବରୁ ସବୁକିଛି ସରିଯାଇଥିଲା । ଅନେକ ଶ୍ରଦ୍ଧାଳୁ ଭୂମିକୁ ଖସିପଡ଼ିଥିଲେ ।
#WATCH | IAF recommenced rescue operations at Deoghar ropeway in Jharkhand, early this morning.
(Video source: IAF Twitter handle) pic.twitter.com/XstP7ESWAE
— ANI (@ANI) April 12, 2022
ଭୂମିରୁ ପ୍ରାୟ ୫୦୦ ଫୁଟ ଉପରେ ଝୁଲିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ୍, ଭାରତୀୟ ବାୟୁସେନା ଓ ଗରୂଡ କମାଣ୍ଡୋଙ୍କ ସହାୟତା ନିଆଯାଉଛି । ଅନ୍ୟପଟେ ଯେଉଁମାନେ ଏହି ରୋପୱେକୁ ନିର୍ମାଣ କରିଥିଲେ, ସେମାନେ ବି ନିଜ ଟିମ୍ ସହ ସେଠାରେ ପହଞ୍ଚି ଫସିରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ସମସ୍ତ ପ୍ରୟାସ କରୁଛନ୍ତି । ଲୋକଙ୍କୁ ଜଣଙ୍କ ପରେ ଜଣଙ୍କୁ ଉଦ୍ଧାର କରାଯାଉଛି । ଉଦ୍ଧାର ଚାଲିଥିବା ସମୟରେ ଜଣେ ଯୁବକ ତଳକୁ ଖସିପଡ଼ିଥିବାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓକୁ ଦେଖି ଆପଣଙ୍କର ବି ଲୋମ ଟାଙ୍କୁରି ଯିବ ।