fbpx

ଦାଦର-ପୁଡ଼ୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ

ମୁମ୍ବାଇ: ଦାଦର-ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମାଟୁଙ୍ଗା-ଦାଦର ଷ୍ଟେସନ ମଝିରେ ଲାଇନଚ୍ୟୁତ ହୋଇଛି ଏକ୍ସପ୍ରେସର ୩ଟି ବଗି । କ୍ରସିଂ ଟ୍ରାକରେ ୨ଟି ଟ୍ରେନ୍ ମଧ୍ୟରେ ସାମାନ୍ୟ ଧକ୍କା ପରେ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି ।

କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି କି, ଏକ୍ସପ୍ରେସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ରେଳ ବିଭାଗ ପକ୍ଷରୁ ଉଦ୍ଧାର କାମ ଜାରି ରହିଛି । ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିବା ଏହି ଘଟଣାର ଏକ ଭିଡିଓରେ ଦୁଇଟି ଏକ୍ସପ୍ରେସ ଟ୍ରେନର କୋଚଗୁଡ଼ିକ ଚଳାଚଳ ପୂର୍ବରୁ ଧକ୍କା ହୋଇଥିବା ଦେଖାଦେଇଛି ।

ସୂଚନା ଅନୁସାରେ, ଏହି ଘଟଣା ରାତି ପ୍ରାୟ ୯ଟା ୪୫ରେ ଘଟିଥିଲା । ଅଧିକାରୀ କହିଛନ୍ତି ଯେ, ଦାଦର-ପୁଡୁଚେରୀ ଚାଲୁକ୍ୟ ଏକ୍ସପ୍ରେସ ଦାଦର ଟର୍ମିନାସର ପ୍ଲାଟଫର୍ମ ୭ରୁ ଡାଉନଫାଷ୍ଟ ଲାଇନରେ ପ୍ରବେଶ କରୁଥିଲା, ସେହି ସମୟରେ ସିଏସଏମଟି-ଗଡଗ ଏକ୍ସପ୍ରେସ ଏହାକୁ ଏକ କ୍ରସିଂ ପଛରେ ଧକ୍କା ଦେଇଥିଲା ।

Get real time updates directly on you device, subscribe now.