fbpx

କଂଗ୍ରେସରେ ମିଶିବେ କି ପ୍ରଶାନ୍ତ କିଶୋର ? ଦିଲ୍ଲୀରେ ସୋନିଆ ଓ ରାହୁଲଙ୍କ ସହିତ ଚାଲିଛି ବୈଠକ

ନୂଆଦିଲ୍ଲୀ : ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସ ପାର୍ଟିରେ ଯୋଗ ଦେବା ନେଇ ପୁଣି ଥରେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହିତ ତାଙ୍କର ଦିଲ୍ଲୀରେ ବୈଠକ ହୋଇଛି। ଏହି ବୈଠକରେ କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଘଟଣାକ୍ରମକୁ ନେଇ ପ୍ରଶାନ୍ତଙ୍କ କଂଗ୍ରେସରେ ଯୋଗ ଦେବା ଖବରକୁ ଖୋରାକ ଯୋଗାଇଛି।

ପ୍ରଶାନ୍ତ କିଶୋର ନିକଟରେ ୨୦୨୪ ସାଧାରଣ ନିର୍ବାଚନ ସହିତ ବଡ ବଡ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁନର୍ଜିବିତ କରିବା ପାଇଁ ଗାନ୍ଧୀ ପରିବାର ସହିତ ପୁଣି ଥରେ ଆଲୋଚନା ଆରମ୍ଭ କରି ଦେଇଛନ୍ତି। ଅନେକ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଦୁଇ ପକ୍ଷ ଅଲଗା ଅଲଗା ରହିଥିଲେ। ଏହା ମଧ୍ୟ କୁହାଯାଉଛି ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସ ଏବଂ ପ୍ରଶାନ୍ତଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ତେବେ ଦଳୀୟ ସୂତ୍ର ଅନୁଯାୟୀ ଉଭୟଙ୍କ ମଧ୍ୟରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନେଇ ଆଲୋଚନା ହେଉଛି।

କୁହାଯାଉଛି ପିକେ ପରାମର୍ଶଦାତା ଭୂମିକା ନିର୍ବାହ କରିବା ପରିବର୍ତ୍ତେ କଂଗ୍ରେସରେ ସାମିଲ ହେବାର ସମ୍ଭାବନାକୁ ମଧ୍ୟ ଜନ୍ମ ଦେଇପାରେ। ଏହାକୁ ଏଡାଇ ଦିଆଯାଇନପାରେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ବିଜୟର କିଛି ସପ୍ତାହ ପରେ ପିକେ ଏବଂ ଗାନ୍ଧୀ ପରିବାର ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ବଙ୍ଗାଲରେ ଟିଏମସିର ବିଜୟରେ ପିକେ ରଣନୀତିକାର ଭାବେ ବଡ ଭୂମିକା ନିର୍ବାହ କରିଥିଲେ। ପରେ କଂଗ୍ରେସ ନିଜ ନିର୍ବାଚନ ଅଭିଯାନକୁ ସମ୍ଭାଳିବା ପାଇଁ ପିକେଙ୍କ ଜଣେ ପୂର୍ବତନ ସହଯୋଗୀଙ୍କ ସହିତ ଚୁକ୍ତି କରିଛି।

ପିକେ ନିକଟ ଦିନରେ କଂଗ୍ରେସର ବିଶେଷ କରି ରାହୁଲ ଗାନ୍ଧୀଙ୍କ ଉପରେ ସାର୍ବଜନୀନ ଭାବେ କଟାକ୍ଷ କରିଥିଲେ। ତେବେ ବର୍ତ୍ତମାନ ଉଭୟ ପକ୍ଷ ପାଞ୍ଚ ବିଧାନସଭା ନିର୍ବାଚନରେ ପାର୍ଟିର ପରାଜୟ ପରେ ଏକ ରାଜିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଏହାର ଯଥେଷ୍ଟ ସମ୍ଭାବନା ରହିଛି ଯେ, ଦୁଇ ପକ୍ଷ ମଧ୍ୟରେ ଦ୍ଵିତୀୟ ରାଉଣ୍ଡ ଆଲୋଚନା ବେକାର ହୋଇପାରେ।

Get real time updates directly on you device, subscribe now.