fbpx

ସିମ୍ ରାକେଟ୍‌ର ପର୍ଦ୍ଦାଫାର୍ସ କଲା ସାଇବର ପୋଲିସ: ୧୯୮୨ ମୋବାଇଲ ସିମ୍‌ ଜବତ, ୩ ଗିରଫ

ବାଲେଶ୍ୱର (ଭାସ୍କର ନ୍ୟୁଜ୍‌): ମୋବାଇଲ ସିମ ଜରିଆରେ ବିଭିନ୍ନ ପ୍ରକାର ସାଇବର ଅପରାଧ ଚଳାଇଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ୱର ସାଇବର ପୁଲିସ । ଗିରଫ ଯୁବକମାନେ ହେଲେ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳର ପ୍ରସନ୍ନ କୁମାର ପାତ୍ରଙ୍କ ପୁତ୍ର ସୁମିତ ସାଗର ପାତ୍ର ଓରଫ ଲିୁ(୨୭), ସିଂଲା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଯୁଗଳ ବେହେରାଙ୍କ ପୁତ୍ର ବାପି ଓରଫ ଗୁରୁପଦ ବେହେରା (୨୭) ଏବଂ ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟି ଅଞ୍ଚଳର ହରେନ୍ଦ୍ର ଜେନାଙ୍କ ପୁତ୍ର ଦୀପୁ ଓରଫ ଦୀପକ କୁମାର ଜେନା (୩୪) । ସେମାନଙ୍କଠାରୁ ୧୯୮୨ଟି ଭଡ଼ାଫୋନ ସିମକାର୍ଡ଼, ୨ଟି ଲାପଟପ ଓ ୯ ଗୋଟି ମୋବାଇଲ ଫୋନ ପୁଲିସ ଜବତ କରିଛି । ଏନେଇ ସାଇବର ଥାନା ପକ୍ଷରୁ ୫/୧୬.୬.୨୨ ନଂର ମାମଲା ରୁଜୁ ସହ ଗିରଫ ଅଭିଯୁକ୍ତମାନଙ୍କୁ ପଚାରାଉଚୁରା ଜାରି ରହିଥିବା ଉପ- ଆରକ୍ଷୀ ଅଧୀକ୍ଷକ କ୍ଷୀତିଶ କୁମାର ଜେନା ଓ ବ୍ରଜେଶ୍ୱରୀ ବଳ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଭଡ଼ାଫୋନ ସିମକୁ ଜାଲ ପ୍ରମାଣପତ୍ର ମୂଳେ ଅନ୍ୟ ମୋବାଇଲରେ ସକ୍ରିୟ (ଏକ୍ଟିଭେଟ) କରି ପରବର୍ତ୍ତୀ ସମୟରେ ତାହାକୁ ନୂଆ ସିମ ଭାବେ ଅନ୍ୟ ଲୋକଙ୍କୁ ସେମାନେ ବିକ୍ରି କରୁଥିଲା ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ନୂଆସିମ ଭାବେ ଏହାକୁ ନେଇ ଲୋକେ ବ୍ୟବହାର କରିବା ଓ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରିବା ପରେ ଆସୁଥିବା ଓଟିପି ଜରିଆରେ ସେମାନଙ୍କ ଜମାଖାତାରୁ ଅଭିଯୁକ୍ତମାନେ ଅନଲାଇନରେ ଅର୍ଥ ଟ୍ରାନ୍ସଫର କରିଥା’ନ୍ତି ବୋଲି ପୁଲିସ କହିଛି । ତେବେ ଏହି ର‌୍ୟାକେଟରେ ଥିବା ଅନ୍ୟାନ୍ୟ ସଦସ୍ୟଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସାଇବର ଥାନା ଅଧିକାରିଣୀ ମୀନା ବିନ୍ଧାଣୀ ଓ ସବ-ଇନସ୍ପେକ୍ଟର ମାନସ ରଞ୍ଜନ ବିଶ୍ୱାଳ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.