fbpx

ତୁମ ପାଇଁ କୋଉଟା ବେଶି ଗୁରୁତ୍ୱପୂର୍ଣ୍ଣ, ଗାର୍ଲଫ୍ରେଣ୍ଡ ନା IPL: ଯୁବକ ଜଣଙ୍କ IPLକୁ ବାଛିଲେ, ଏହାପରେ ରିଲେସନସିପ୍….

ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ରିଲେସନସିପ୍ ଦେଖିବାକୁ ମିଳୁଛି । କିଏ ପ୍ରେମ ପାଇଁ ଜୀବନ ନେଉଛି ତ ଆଉ କିଏ ଜୀବନ ଦେଉଛି । କିଏ ଲଭ୍ ପାଇଁ ପାଇଁ କ୍ୟାରିୟର ବର୍ବାଦ କରୁଛି ତ ଆଉ କିଏ କ୍ୟାରିୟର ପାଇଁ ବ୍ରେକଅପ୍ କରିବାକୁ ପଛାଉ ନାହିଁ । ତେବେ ନିକଟରେ ଜଣେ ଯୁବକ ଖେଳ ପାଇଁ ନିଜ ଗାର୍ଲଫ୍ରେଣ୍ଡକୁ ଛାଡ଼ିଛନ୍ତି । ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଅବସରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ସମୟରେ ଏହି ଘଟଣାଟି ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ପ୍ଲେ ଅଫକୁ ନେଇ ସମସ୍ତ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳୁଛି । ଅନ୍ୟପଟେ ଫ୍ୟାନ୍ସ ନିଜର କ୍ରିଏଟିଭ ପୋଷ୍ଟର ନେଇ ମୈଦାନରେ ମଜା ଉଠାଉଛନ୍ତି । କୋଲକାତା ଓ ହାଇଦ୍ରାବାଦ ମ୍ୟାଚ ଅବସରରେ ଜଣେ ଫ୍ୟାନଙ୍କର ଏକ ପୋଷ୍ଟର ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହୋଇଥିଲା ।

ଯୁବକ ଜଣଙ୍କ ତାଙ୍କ ପୋଷ୍ଟରରେ ଲେଖିଥିଲେ, ‘ମୋତେ ଗାର୍ଲଫ୍ରେଣ୍ଡ ଓ ଆଇପିଏଲ ମଧ୍ୟରୁ ଯେ କୌଣସି ଗୋଟିଏ ବାଛିବାକୁ ମୋ ପ୍ରେମିକା କହିଥିଲା । ମାତ୍ର ମୁଁ ଆଇପିଏଲକୁ ବାଛିଥିଲି ଓ ଖେଳ ଦେଖିବାକୁ ଆସିଥିଲି ।’ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ପରେ ଯୁବକୀଙ୍କର କ୍ରୀଡ଼ା ପ୍ରେମକୁ ନେଇ ଅନେକ ତାଜୁବ ହୋଇଯାଇଥିଲେ । ମାତ୍ର ଅନ୍ୟପଟେ ଏହି ଘଟଣା ପରେ ଯୁବକଙ୍କଠାରୁ ତାଙ୍କ ଗାର୍ଲଫ୍ରେଣ୍ଡ ସବୁଦିନ ଦୂରେଇ ଯାଇଥିଲେ । ଆଇପିଏଲ ପାଇଁ ଗୋଟିଏ ଲଭ ଷ୍ଟୋରୀ ଦି ଏଣ୍ଡ ହୋଇଗଲା ।

Get real time updates directly on you device, subscribe now.