fbpx

ଜେଲେନସ୍କିଙ୍କୁ ଚେତାବନୀ ଦେଲେ ପୁଟିନ୍, କୌଣସି ବି ସମୟରେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ ରୁଷ୍‌

କିଭ୍‌,: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଭୟାବହ ଯୁଦ୍ଧକୁ  ୩ ଦିନ ପୁରିଛି । ଏହି ଯୁଦ୍ଧ ଥମିବାର ନାଁ ଧରୁନାହିଁ । ୟୁକ୍ରେନ୍‌କୁ ଯେକୌଣସି ଉପାୟରେ ହାତେଇବା ପାଇଁ ରୁଷ୍‌ ଆପ୍ରାଣ ଉଦ୍ୟମ ଜାରି ରଖିଛି । ଏହା ଭିତରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି ବିଶ୍ୱ ସମୁଦାୟକୁ ଚେତାବନୀ ଦେଇ କହିଛନ୍ତି ଯେ ଆଗାମୀ ଦିନରେ ରୁଷ୍‌ ପକ୍ଷରୁ ପରମାଣୁ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିପାଇଁ ଆଉ ଅପେକ୍ଷା ନକରି ପୁରା ବିଶ୍ୱ ପ୍ରସ୍ତୁତ ରହିବା ଜରୁରି ।

ରୁଷ ଆଣବିକ ଅସ୍ତ୍ର ବ୍ୟବହାର କରିବା ନେଇ ନିଷ୍ପତ୍ତି ନେଇସାରିଥିବାରୁ ସେନେଇ ଆଉ ଗୋଟିଏ ମୁହୂର୍ତ୍ତ ବି ବିଳମ୍ବ କରିବା ଉଚିତ୍‌ ନୁହେଁ । ଆମକୁ ସେଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ଏଥିପାଇଁ ବିକିରଣ ନିରୋଧୀ ଔଷଧ ଏବଂ ବିମାନ ଆକ୍ରମଣ ନିରୋଧୀ ଆଶ୍ରୟସ୍ଥଳ ଆବଶ୍ୟକ । ରୁଷ୍‌ ସେନା ଯେକୌଣସି ମୁହୂର୍ତ୍ତର ପରମାଣୁ ଅସ୍ତ୍ର ବ୍ୟବହାର କରିବେ ବୋଲି ମୁଁ ଅବଗତ ହୋଇସାରିଛି । ସେ ଆହୁରି କହିଛନ୍ତି ଯେ ମାରିୟୁପୋଲରେ ରୁଷ ସେନା ଚଳାଇଥିବା ନରସଂହାର ଓ ଧ୍ୱଂସଲୀଳା ସବୁ ପ୍ରକାରର ବୁଝାମଣା ପାଇଁ ପଥରୋଧ କରିପାରେ । ମାରିୟୁପୋଲକୁ ରକ୍ଷା କରିବା ନିମନ୍ତେ ୟୁକ୍ରେନ ପାଶ୍ଚାତ୍ୟ ରାଷ୍ଟ୍ରଙ୍କଠାରୁ ଅଧିକ ସହାୟତା ଆବଶ୍ୟକ କରୁଛି ବୋଲି ଜେଲେନସ୍କି କହିଛନ୍ତି । ସେଠାକାର ପରିସ୍ଥିତି ଅତ୍ୟନ୍ତ ଅମାନବୀୟ । ସେଠାରେ ଯିଏ ଅଛନ୍ତି ଓ ଯାହା କିଛି ରହିଛି ରୁଷ୍‌ ସେନା ଜାଣିଶୁଣି ସେସବୁକୁ ନଷ୍ଟ କରିବାପାଇଁ ଉଦ୍ୟମ କରିଚାଲିଛି । ସେପଟେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନର ଅଧିକାଂଶ ସହରରୁ ୟୁକ୍ରେନ ସୈନ୍ୟଙ୍କୁ ତଡ଼ିଦିଆଯାଇଛି ।

Get real time updates directly on you device, subscribe now.