ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ ହଠାତ୍ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଥିଲା । ତେବେ ପୁଣି ଥରେ କୋଭିଡର ଚତୁର୍ଥ ଲହର ଆସିବାର ସମ୍ଭାବନା ଦେଖାଦେଇଛି । ଦେଶର କିଛି ରାଜ୍ୟରେ ଏବେ କୋଭିଡର ସଂକ୍ରମଣ ବଢ଼ିବାରେ ଲାଗିଛି ।
ଆଜି ୯ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ଆଜି ୧୮ ବର୍ଷରୁ କମ୍ ବୟସର କୌଣସି ପିଲା ସଂକ୍ରମିତ ହୋଇ ନାହାନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୯୮ରେ ପହଞ୍ଚିଛି ।
ସେହିପରି ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୭୩୭ ରହିଥିବା ବେଳେ ୮୪ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧାରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
New recoveries: 8
Cumulative tested: 31200012
Positive: 1287998
Recovered: 1278737
Active cases: 84— I & PR Department, Odisha (@IPR_Odisha) April 25, 2022