ଶଣ୍ଢ ଆକ୍ରମଣରେ ଆହତ ହେଲେ ସବ୍ ଇନସ୍ପେକ୍ଟର, କହିଲେ ମୋର କୌଣସି ପାପ କାରଣରୁ ଶଣ୍ଢ ମୋ ଉପରେ ଆକ୍ରମଣ କଲା

ଉତ୍ତରପ୍ରେଦେଶ ଔରଙ୍ଗାବାଦ ଥାନାରେ ଏକ ଶଣ୍ଢ ପଶି ଥାନା ସବ୍ ଇନସ୍ପେକ୍ଟରଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରିଛି । ମୁନେନ୍ଦ୍ର ସିଂହ ନାମକ ଅଧିକାରୀ ଯେଉଁ ସମୟରେ ଥାନାରୁ ବାହାରକୁ ବାହାରୁଥିଲେ ସେହି ସମୟରେ ଶଣ୍ଢଟି ତାଙ୍କ ଉପରେ ଆକ୍ରମଣ କରି ଦେଇଥିଲା । ଏହାପରେ ତୁରନ୍ତ ମୁନେନ୍ଦ୍ର ସିଂହଙ୍କୁ ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲ ।

ଏହି ଘଟଣା ବିଷୟରେ ମୁନେନ୍ଦ୍ର କୁହନ୍ତି ଯେ, ସେ ଜଣେ ଅପରାଧୀକୁ ରିମାଣ୍ଡରରେ ନେବା ଲାଗି ଜରୁରି କାଗଜ ପତ୍ର ନେଇ କୋର୍ଟ ବାହାରୁଥିଲି । ଏହି ସମୟରେ ମେନ୍ ଗେଟ୍ ପାଖରେ ଶଣ୍ଢଟି ମୋତେ ଆକ୍ରମଣ କରି ଦେଇଥିଲା । ମୁଁ ଯାଇ ପାଖରେ ଥିବା ନିମ ଗଛରେ ପିଟି ହୋଇଯାଇଥିଲି । ମୋ ମୁଣ୍ଡରେ ଗଭିର ଆଘାତ ଲାଗିଛି ।

ଏଥି ସହିତ ମୁନେନ୍ଦ୍ର କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳରେ ବହୁ ପାଗଳ ପଶୁ ରହୁଛନ୍ତି । ତେବେ ମୁନେନ୍ଦ୍ର କହିଛନ୍ତି ଯେ ବୋଧ ହୁଏ ତାଙ୍କର କୌଣସି ପାପା କାରଣରୁ ତାଙ୍କୁ ଶଣ୍ଢଟି ଆକ୍ରମଣ କରିଥିବ । ଥାନାରେ ଶଣ୍ଢ ପଶି ଉତ୍ପାତ ମଚାଇଥିବା ଖବର ଉପରେ ଥାନା ଅଧିକାରୀ କହିଛନ୍ତି ଯେ ମୁନେନ୍ଦ୍ରଙ୍କୁ ଗେଟ୍ ପାଖରେ ଶଣ୍ଢଟି ଆକ୍ରମଣ କରିଥିଲା । ଏହା ପରେ ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିଲା ।

ତେବେ ଥାନାରେ ଶଣ୍ଢଟି ପଶି ନାହିଁ । କିଛି ସାମ୍ବାଦିକ ସେମାନଙ୍କ ମନଇଚ୍ଛା ଏପରି ଲେଖୁଛନ୍ତି । ଥାନା ବାହାରେ କୌଣସି ସିସିଟିଭୀ କ୍ୟାମେରା ନଥିବାରୁ ଏହି ସମୟର କୌଣସି ଫୁଟେଜ ମଧ୍ୟ ରେକର୍ଡ ନଥିବା ଥାନା ଅଧିକାରୀ କହିଛନ୍ତି ।