ଏଠି ଏକ ଟଙ୍କାରେ ମିଳୁଛି ଗୋଟିଏ ଲିଟର ପେଟ୍ରୋଲ: ଜାଣନ୍ତୁ କାରଣ

ଗାଡି ଚାଳକଙ୍କ ପକେଟକୁ ଝଟକା ଦେଉଛି ପେଟ୍ରୋଲର ମହଙ୍ଗା ମାଡ । ପ୍ରତିଦିନ ବଢୁଥିବା ପେଟ୍ରୋଲ ରେଟ ଏବେ ଲିଟର ପିଛା ୧୧୫ ଛୁଇଁଲାଣି । ଯାହା ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାଣ ପାଲଟିଛି । କିନ୍ତୁ ଆମ ପାଖାପାଖି ଗୋଟିଏ ଜାଗାରେ ପେଟ୍ରୋଲ ଦର ଏକ ଟଙ୍କା ରହିଛି । କ’ଣ ଆଶ୍ଚର୍ଯ୍ୟ ହୋଇଗଲେ କି?? ଆଜ୍ଞା ହଁ, କଥାଟା ଏକଦମ ସତ । ମାତ୍ର ଟଙ୍କାକରେ ଆପଣ ପାଇପାରିବେ ଗୋଟିଏ ଲିଟର ପେଟ୍ରୋଲ । ଏକଥା ଜାଣିବା ପରେ ଦେଖନ୍ତୁ ପେଟ୍ରୋଲ ପମ୍ପରେ କେମିତି ଲାଗିଛି ଲୋକଙ୍କ ଭିଡ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟରା ।

Thane: Shiv Sena distributes petrol at Rs 1 per litre on MLA Pratap Sarnaik's birthday

ଏହି ଦୃଶ୍ୟ ହେଉଛି ମହାରାଷ୍ଟ୍ର ଥାନେ ଜିଲ୍ଲାର କୈଳାସ ପେଟ୍ରୋଲ ପମ୍ପ୍ ର । ଦେଖନ୍ତୁ ଏଠି ପେଟ୍ରୋଲ ପାଇଁ ଲାଗିଛି କେତେ ଲମ୍ବା ଭିଡ । ହେବନି କାହିଁକି । ୧୧୫ଟଙ୍କାର ପେଟ୍ରୋଲ ଯଦି ଏକ ଟଙ୍କାରେ ମିଳେ । କିଏ ବା କାହିଁକି ଏ ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିବ । ବାସ୍ ଏହି ସୁଯୋଗର ଲାଭ ଉଠାଇ ଚାଲିଲେ । ତେବେ ଏଇଠି ଅପାଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, କାହିଁକି ଏଠି ପେଟ୍ରୋଲ ଏତେ ଶସ୍ତା ?

ପ୍ରକୃତରେ ଘଟଣା ହେଉଛି ବିଧାୟକ ପ୍ରତାପ ସରନାଏକଙ୍କ ଜନ୍ମଦିନ ଅବସରରେ ଏଠାରେ ଗ୍ରହାକମାନଙ୍କୁ ଶସ୍ତାରେ ପେଟ୍ରୋଲ ଯୋଗାଇ ଦିଆଯାଉଛି । ଥାନେ ନଗର ନିଗମର ପୂର୍ବତନ କାଉନ୍ସିଲର ଆଶା ଡାଙ୍ଗ୍ରେ, ସାମାଜିକ କର୍ମୀ ସନ୍ଦୀପ ଡାଙ୍ଗ୍ରେ ଏବଂ ଅବଦୁଲ ସଲାମଙ୍କ ସହ ମିଶି ଏକ ଟଙ୍କାରେ ପେଟ୍ରୋଲ ଯୋଗାଇ ଦେଇଛନ୍ତି । ମୋଟ ଏକ ହଜାରରୁ ଅଧିକ ଗାଡି ଚାଳକ ଏହି ସୁଯୋଗର ଫାଇଦା ଉଠାଇଛନ୍ତି । ତେବେ ପେଟ୍ରୋଲ ଭରିବା ପାଇଁ ଦୁଇ ଚକିଆ ଯାନର ସବୁଠୁ ବଡ ଲାଇନ ଦେକିବାକୁ ମିଳିଥିଲା ।