ବୈଠକ ଚାଲିଥିବା ବେଳେ ଅଘଟଣ: ଛାତରୁ ଖସିପଡ଼ିଲା ସିଲିଂ, ଆହତ ହେଲେ ଡିଆରଏସ

ବଲାଙ୍ଗିର: ଜିଲ୍ଲାପାଳଙ୍କ ଅଫିସରେ ବୈଠକ ଚାଲିଥିବାବେଳେ ଛାତରୁ ସିଲିିଂ ଖସି ଜଣେ ମହିଳା ଅଧିକାରୀ ଆହତ ହୋଇଛନ୍ତି । ଏଡିଏମ ଅନନ୍ତ ସିଂ ଲାଗୁରୀଙ୍କ ଚାମ୍ବରରେ ବୈଠକ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି । ମହିଳା ଅଧିକାରୀଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ତେବେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ବଲାଙ୍ଗିର ଏଡିଏମ୍ ।

ସୂଚନା ଅନୂଯାୟୀ, ଗୁରୁବାର ମଧ୍ୟାହ୍ନ ୧୨ ଟା ସମୟରେ ଏଡିଏମଙ୍କ ଚାମ୍ବରରେ ଏକ ବୈଠକ ଚାଲିଥିଲା । ଏଥିରେ ଡିଆରସିଏସ ଙ୍କ ସମେତ ଅନ୍ୟ କୃଷି ଅଧିକାରୀ ମାନେ ଉପସ୍ଥିତ ଥିଲେ। ତେବେ ଏଡିଏମ୍ ଙ୍କ କାର୍ଯ୍ୟଳୟ ର ଛାତ ଭୁଷୁଡି ପଡ଼ି ସିଲିଂ ଉପରେ ପଡିଥିଲା। ଫଳରେ ସିଲିଂ ଅଧିକାରୀ ମାନଙ୍କ ମୁଣ୍ଡ ଉପରେ ପଡିଥିଲା । ଏଥିରେ ଡିଆରସିଏସଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।

Get real time updates directly on you device, subscribe now.