fbpx

ବାତ୍ୟା ‘ଅସାନି’ ପ୍ରଭାବରେ ୧୦ ସନ୍ଧ୍ୟାରୁ ବର୍ଷା: ଏହି ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଅସାନି’ । ଗଭୀର ଅବପାତ ପରେ ବାତ୍ୟା ‘ଅସାନି’ ସୃଷ୍ଟି ହୋଇଛି । ଏହା ବର୍ତ୍ତମାନ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଏହା ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି ।

ପୁରୀଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୦୨୦ କିମି ଦୂରରେ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ । ଉତ୍ତରପଶ୍ଚିମକୁ ଗତି କରି ଭୀଷଣ ବାତ୍ୟାର ରୂପ ନେବ । ୧୦ ସନ୍ଧ୍ୟା ବେଳକୁ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବ ।

ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ୧୦ରେ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୧ ତାରିଖରେ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ଏହା ସହ ୯,୧୦ ଓ ୧୧ ତାରିଖରେ ସମୁଦ୍ର ଅଶାନ୍ତ ରହିବ ।

Get real time updates directly on you device, subscribe now.