fbpx

ଅଭିନେତ୍ରୀ ସୋନାକ୍ଷୀଙ୍କ ରିଙ୍ଗ ସେରିମୋନି ସରିଲା, ଜାଣନ୍ତୁ ଦବଙ୍ଗ ଗାର୍ଲଙ୍କର ଲିଭିଂ ପାର୍ଟନର କିଏ

ନୂଆଦିଲ୍ଲୀ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ସୋନାକ୍ଷୀଙ୍କର ରିଙ୍ଗ ସେରିମୋନି ସରିଯାଇଛି । ଏନେଇ ସେ ସୋସିଆଲ ମିଡ଼ିଆରେ କିଛି ଫଟୋ ଶେୟାର କରିଛନ୍ତି । ସୋନାକ୍ଷୀ ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୩ଟି ଅଲଗା ଅଲଗା ଫଟୋ ଶେୟାର କରିବା ସହ ଏନଗେଜମେଣ୍ଟ ବିଷୟରେ ସୂଚନା ଦେଇଛନ୍ତି । ସୋନାକ୍ଷୀ ଏନଗେଜମେଣ୍ଟ ରିଙ୍ଗ ପିନ୍ଧିଥିବା ଫଟୋରୁ ଜଣାପଡ଼ୁଛି ।

ତେବେ ଫଟୋରେ ସୋନାକ୍ଷୀ ଓ ତାଙ୍କର ଲିଭିଂ ଫିଆନ୍ସେ ଏକତ୍ର ରହିଥିବା ଦେଖାଯାଉଛି ।ସୋନାକ୍ଷୀଙ୍କ ଲିଭିଂ ପାର୍ଟନର କିଏ ଏହା ସସପେନ୍ସରେ ରହିଛି । ଅଭିନେତ୍ରୀ ତାଙ୍କର ଭାବି ପତିଙ୍କର ଫଟୋ ଲୋକଲୋଚନକୁ ଆଣି ନାହାନ୍ତି । ଫଟୋରେ ସୋନାକ୍ଷୀ ତାଙ୍କ ଡାର୍ଲିଂ ପାର୍ଟନରଙ୍କ କାନ୍ଧ ଉପରେ ହାତ ରଖି ପୋଜ ଦେଇଥିବା ଦେଖାଯାଉଛି । ଏହି ସୁନ୍ଦର ମୁହୂର୍ତ୍ତରେ ସୋନାକ୍ଷୀ ମିଲିୟନ ଡଲାରର ଏକ ସ୍ମାଇଲ ଦେଇଥିବା ଜଣାପଡ଼ୁଛି ।

ତେବେ ଜୀବନର ଏହି ଖୁସି ମୁହୂର୍ତ୍ତରେ ସୋନାକ୍ଷୀ ଫଟୋ ଶେୟାର କରିବା ଅବସରରେ କ୍ୟାପସନରେ ଲେଖିଛନ୍ତି, ଆଜି ମୋ ପାଇଁ ଏକ ଖୁସିର ଦିନ । ମୋ ଜୀବନର ସବୁଠାରୁ ବଡ଼ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ତେଣୁ ଏହି ଖୁସିର ମୁହୂର୍ତ୍ତକୁ ମୁଁ ଆପଣମାନଙ୍କ ସହିତ ଶେୟାର କରିବାକୁ ଆଉ ଅପେକ୍ଷା କରିପାରିବି ନାହିଁ । ତେବେ କିଏ ହେବେ ସୋନାକ୍ଷୀଙ୍କ ରିଅଲ ପାର୍ଟନର, ତାହା ଆପଣମାନେ ଜାଣିଛନ୍ତି କି? ସେ ଲକି ଚାର୍ମିଂ ଆଉ କେହି ନୁହନ୍ତି, ‘ନୋଟବୁକ’ର ଫେମ୍ ଆକ୍ଟର ଜହୀର ଇକବାଲ । ସୋନାକ୍ଷୀ-ଇକବାଲଙ୍କ ରିଲେସନସିପକୁ ନେଇ ବହୁଦିନରୁ ଅନେକ ଚର୍ଚ୍ଚା ହେଉଥିଲା ।

Get real time updates directly on you device, subscribe now.