fbpx
BSKY
BJD MC SKY
BJD YOUTH SKY

କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ ମିଶ୍ର, ଗତ ସପ୍ତାହରେ ହୋଇଥିଲା ବଦଳି

କଟକ ନୂଆ ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ପିନାକ ମିଶ୍ର । ଗତ ସପ୍ତାହରେ କଟକ ଡିସିପି ଭାବରେ ପିନାକଙ୍କର ବଦ ବଦଳି ହୋଇଥିଲା । ପୁର୍ବରୁ ସେ ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ ।

କଟକ ପୁର୍ବତ୍ତନ ଡିସପି ପ୍ରତୀକ ସିଂଙ୍କୁ ଭୁବନେଶ୍ୱର ଡିସିପି ଭାବରେ ବଦ ବଦଳି ହେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିିଛି । ୨୦୧୯ରେ ଫନି ବାତ୍ୟା ସମୟରେ ଲକ୍ଷାଧିକ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ସେ ଚର୍ଚ୍ଚାକୁ ଆସିଥିଲେ ।

ବର୍ତ୍ତମାନ ସେ କଟକର ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ଉପରେ ଅନେକ ଚାପ ରହିପାରେ । ପ୍ରତୀକ ସିଂ ତାଙ୍କର କାର୍ଯ୍ୟକାଳ ସମୟରେ ବହୁ ସଫଳତା ହାସଲ କରିଛନ୍ତି । ସହରରେ ହିଂସା ସାଙ୍ଗକୁ ନିଶା କାରବାର ହ୍ରାସ ପାଇବା ସହ ବିଭିନ୍ନ ଜିନିଷର ନକଲି କାରଖାନା ଗୁଡ଼ିକ ମଧ୍ୟ ବନ୍ଦ ହୋଇଛି ।

Get real time updates directly on you device, subscribe now.