ବୃଦ୍ଧ ଦମ୍ପତ୍ତିଙ୍କ ୫୦ ଟଙ୍କିଆ ମିଲ୍‌, ବିଦେଶୀ ଖାଦ୍ୟ ଭିଡରେ ଭିତରେ ଏବେ ବି ରହିଛି ଦେଶୀ ବ୍ୟଞ୍ଜନର ଚାହିଦା

କର୍ଣ୍ଣାଟକ : ବିଭିନ୍ନ ପ୍ରକାରର ବ୍ୟଞ୍ଜନ । ଦିନକୁ ଦିନ ବିଦେଶୀ ଖାଦ୍ୟର ଚାହିଦା ବଢିବାରେ ଲାଗିଛି । ଭାରତୀୟଙ୍କ ମଧ୍ୟରେ ଚାଇନିଜ୍‌, ଇଟାଲିୟାନ୍‌ ପରି ବାହାର ଦେଶ ଖାଦ୍ୟର ଚାହିଦା ବଢିଛି । ତଥାପି ଦେଶୀ ଖାଦ୍ୟ ଭିତରେ ଯେଉଁ ନିଆରାପଣ ରହିଛି ତାହା ଆଉ କେଉଁଠାରେ ନାହିଁ । ଆଜି ବି କିଛି ଲୋକ ଅଛନ୍ତି ଯେଉଁମାନେ ଦେଶୀ ଖାଦ୍ୟର ଦିୱାନା । ବିଦେଶୀ ଖାଦ୍ୟ ଭିଡରେ ସେମାନେ ଦେଶୀ ଖାଦ୍ୟକୁ ଖୋଜନ୍ତି । ଆଉ ଏହି ରି ଦେଶୀ ଖାଦ୍ୟ ପରସି ଚର୍ଚ୍ଚାରେ କର୍ଣ୍ଣାଟକର ଏକ ବୃଦ୍ଧ ଦମ୍ପତି ।

୧୯୫୧ ମସିହାରୁ ଦମ୍ପତି ନିଜର ଏକ ହୋଟେଲ୍‌ ଖୋଲିଛନ୍ତି । ମାତ୍ର ୫୦ ଟଙ୍କାରେ ଏହି ହୋଟେଲ୍‌ରେ ଦେଶୀ ଥାଳି ମିଳେ । ଯେଉଁଥିରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ଥାଏ । ଆଖ ପାଖ ଅଞ୍ଚଳରେ ଦମ୍ପତିଙ୍କ ଖାଦ୍ୟର ବେଶ୍‌ ଚାହିଦା ରହିଛି । ସଂପୃକ୍ତ ଅଞ୍ଚଳରେ ରହୁଥିବା ଲୋକେ ଏହି ଖାଦ୍ୟ ଖାଇବାକୁ ଧାଇଁ ଆସିଥାନ୍ତି । ପରିଣତ ବୟସରେ ମଧ୍ୟ ବୃଦ୍ଧ ଦମ୍ପତ୍ତି ଏଠାରେ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ବୃଦ୍ଧ ଦମ୍ପତିଙ୍କ ସ୍ନେହ । ହୋଟେଲ୍‌କୁ ଖାଇବାକୁ ଆସୁଥିବା ଗ୍ରାହକଙ୍କୁ ସେମାନେ ନିଜ ହାତରେ ଖାଦ୍ୟ ପରସି ଦିଅନ୍ତି । ଯେମିତି ଘରେ ଖାଦ୍ୟ ପରସା ଯାଏ । ଏହି ହୋଟେଲ୍‌କୁ ଗଲେ ଲୋକେ ଘର ପରି ମାହୋଲ୍‌ ପାଆନ୍ତି । ମାତ୍ର ୫୦ଟଙ୍କାରେ ପେଟେ ଖାଦ୍ୟ ମେଞ୍ଚେ ଭଲପାଇବା ।

Get real time updates directly on you device, subscribe now.