SBI ଗ୍ରାହକଙ୍କ ପାଇଁ ଭଲ ଖବର, ଏବେ FD ଉପରେ ମିଳିବ ଅଧିକ ସୁଧ, ପଢ଼ନ୍ତୁ ସଂପୂର୍ଣ୍ଣ ଖବର…

ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଣିଛି ଖୁସିଖବର । ଫିକ୍ସ ଡିପୋଜିଟ ଉପରେ ମିଳୁଥିବା ବୃଦ୍ଧି କରିଛି ଏସବିଆଇ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ବଢ଼ାଇବା ପରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ମଧ୍ୟ ବଲ୍କ ଫିକ୍ସ ଡିପୋଜିଟ୍ ର ସୁଧ ଦରରେ ବୃଦ୍ଧି କରିଛି । ବ୍ୟାଙ୍କ ସୁଧ ଦରରେ ୪୦ ରୁ ୯୦ ପ୍ରତିଶତ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଛି । ଆଉ ଏହା ଆଜି ୧୦ ମେ ଠାରୁ ଲାଗୁ ହୋଇଛି ।

ଏସବିଆଇ ୨ କୋଟି କିମ୍ବା ଅଧିକ ଟଙ୍କାର ଫିକ୍ସ୍ଡ ଡିପୋଜିଟ୍ ଉପରେ ସୁଧ ବଢ଼ାଇଛି । ବ୍ୟାଙ୍କର ୱେବସାଇଟ୍ ଅନୂଯାୟୀ, ଏସବିଆଇ ୨ କୋଟି କିମ୍ବା ଏହାରୁ ଉର୍ଦ୍ଦ କିମ୍ବା ଏହାଠାରୁ ଅଧିକ ୩ ରୁ ୫ ବର୍ଷ କିମ୍ବା ୫ରୁ ୧୦ ବର୍ଷ ଅବଧି ଥିବା ଫିକ୍ସ ଡିପୋଜିଟ୍ର ସୁଧରେ ୯୦ ବେସିସ ପଏଣ୍ଟର ବୃଦ୍ଧି କରିଛି । ଏବେ ଏଥିରେ ୪.୫୦ ପ୍ରତିଶତ ବାର୍ଷିକ ସୁଧ ମିଳିବ ପୂର୍ବରୁ ଏହା ୩.୬୦ ପ୍ରତିଶତ ଥିଲା ।

ସେହିଭଳି ୨-୩ ବର୍ଷ ଅବଧିର ଫିକ୍ସ ଡିପୋଜିଟର ସୁଧକୁ ମଧ୍ୟ ୩.୬୦ ରୁ ୪.୨୫ ପ୍ରତିଶତ କରାଯାଇଛି । ଏହିଭଳି ଭାବରେ ଏଭଳି ଏଫଡି ଯାହା ୧ ରୁ ୨ ବର୍ଷ ମଧ୍ୟରେ ମ୍ୟାଚୁରିଟି ହେବ ତାହା ଉପରେ ବ୍ୟାଙ୍କ ୪ ପ୍ରତିଶତ ବାର୍ଷିକ ସୁଧ ଦେବ । ପୂର୍ବର ଏହା ୩.୬୦ ପ୍ରତିଶତ ରହିଥିଲା ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବେ ୪୬-୧୭୯ ଦିନ ଏବଂ ୧୮୦-୨୧୦ ଦିନର ଅବଧିର ଫିକ୍ସ ଡିପୋଜିଟ୍ ଉପରେ ୩.୫୦ ସୁଧ ବାର୍ଷିକ ଡିପୋଜିଟ ଉପରେ ଦେବ । ୨୧୧ ଦିନରୁ ଅଧିକ ଏକ ବର୍ଷ ରୁ କମ୍ ଅବଧିର ଫିକ୍ସ ଡିପୋଜିଟ୍ ଉପରେ ବ୍ୟାଙ୍କ ଏବେ ୩.୭୫ ପ୍ରତିଶତ ସୁଧ ଦେବ ।

ଉଲ୍ଲେଖଯୋଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ରେପୋ ରେଟ୍ ରେ ବୃଦ୍ଧି ବେହା ପରେ ଅନେକ ବ୍ୟାଙ୍କ ଫିକ୍ସ ଡିପୋଜିଟ୍ ଦରରେ ବୃଦ୍ଧି କରିଛନ୍ତି ।

Get real time updates directly on you device, subscribe now.